ନକ୍ସଲଙ୍କ ଯୋଜନା ବିଫଳ କଲେ ଯବାନ୍‌, ୩ ମାଓବାଦୀ ନିହତ

ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୁକ୍‍ମା ଓ ବିଜାପୁର ଜିଲ୍ଲାର ସୀମାନ୍ତରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କର ଦୁଇଟି ଦଳ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା। ଖାନତଲାସୀ ସମୟରେ ଜିଲ୍ଲା ସୁରକ୍ଷାବଳ, ସ୍ୱତନ୍ତ୍ର ଟାସ୍କ ଫୋର୍ସ ଓ କୋବ୍ରାବାହିନୀ ସାମିଲ ହୋଇଥିଲେ।

bsf

ଗୁଇନ୍ଦା ସୂତ୍ରରୁ ଖବର ପାଇ ସୁକମା ଏବଂ ବିଜାପୁର ଜିଲ୍ଲା ପୁଲିସ ସମେତ ଡିଆରଜି, ସିଆରପିଏଫ ଯବାନ ସୀମାନ୍ତ ଜଂଗଲରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଘାଇଲା ଯବାନ ନକ୍ସଲଙ୍କୁ ମାରିବା ପାଇଁ ଏକ ପ୍ରକାର ଉଗ୍ରରୂପ ନେଇଥିଲେ। ଜଂଗଲରେ ଏବେ ବି ଯବାନ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି। ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲଙ୍କର ମୃତଦେହ ଜବତ କରାଯାଇଛି। ଏଥିସହ ବନ୍ଧୁକ ଏବଂ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+