Chhatisgarh Accident: ଛତିଶଗଡ଼ ବେମତରାରେ ମର୍ମନ୍ତୁଦ ଦୁର୍ଘଟଣା; ୧୦ ମୃତ , ୨୩ ଆହତ
ଛତିଶଗଡ଼ ବେମତରାରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧୦ ମୃତ , ୨୩ ଆହତ । ୧୦ ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ।
ଛତିଶଗଡ଼ର ବେମେତାରା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ।
ଏହି ବଡ ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି ।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍ପି ପ୍ରମୁଖ ପହଞ୍ଚିଥିବା ଜଣାଯାଇଛି। ଏଥଇସହ ସ୍ଥାନୀୟ ବିଧାୟକ ଦିପେଶ ସାହୁ ବି ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଯାଇଥିଲା । ତେବେ ସେଠାରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁର ରେଫର କରି ଦିଆଯାଇଛି । ସମସ୍ତେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି।
ସୂଚନା ଯୋଗ୍ୟ, ବେମେତାରା ଜିଲ୍ଲା କଥିଆ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଯାତ୍ରୀଙ୍କୁ ଧରି ଏକ କାର୍ ଛିଡ଼ା ହୋଇଥିବା ବେଳେ ପଛରୁ ଆସୁଥିବା ପିକ୍ଅପ୍ଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି।












Click it and Unblock the Notifications