Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ରେ ଜିତିଲା ଓଡ଼ିଆ ପୁଅ: ରାୟପୁରରେ (ଉତ୍ତର) ହୋଇଥିଲେ ବିଜେପି ପ୍ରାର୍ଥୀ

ଛତିଶଗଡ଼ ବିଧାନସଭା ନିର୍ବାଚନରେ ଓଡ଼ିଆ ପୁଅ ଚମକିଛନ୍ତି । ପ୍ରଥମ ଥର ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର ବିଜୟୀ ହୋଇଛନ୍ତି । ସେ ରାୟପୁର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇ ଜିତିଛନ୍ତି । ଶ୍ରୀ ମିଶ୍ର ୧୫ରୁ ୧୫ଟି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୫୪,୨୭୯ ଖଣ୍ଡ ଭୋଟ ପାଇଛନ୍ତି ।

ଶ୍ରୀ ମିଶ୍ର ନିକଟତମ ପ୍ରତିଦ୍ଵନ୍ଦୀ ତଥା କଂଗ୍ରେସର ପ୍ରାର୍ଥୀ କୁଲଦୀପ ସିଂହ ଜୁନେଜାଙ୍କ ଠାରୁ ୨୩,୦୫୪ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି । କୁଲଦୀପଙ୍କୁ ୩୧, ୨୨୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଅଜିତ କୁକରେଜାଙ୍କୁ ୨୨,୯୩୯ ଖଣ୍ଡ ଭୋଟ୍ ମିଳିଛି । ପୁରନ୍ଦର ମିଶ୍ର ନିର୍ବାଚନ ଜିତିଲା ପରେ ରାୟପୁରସ୍ଥିତ ଓଡ଼ିଆ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି ।

ସ୍ଵାଧୀନ ପ୍ରାର୍ଥୀ ସାବିତ୍ରୀ ଜଗତଙ୍କୁ ୭୩୦, ଆମ ଆଦମୀ ପାର୍ଟିର ବିଜୟ ଗୁରୁବକ୍ସାନୀଙ୍କୁ ୫୦୮, ଜୋହାର ଛତିଶଗଡ଼ର ଲକ୍ଷ୍ମୀ ନାଗଙ୍କୁ ୪୨୬, ସ୍ଵାଧୀନ ପ୍ରାର୍ଥୀ ହେମନ୍ତ ଭାଇ ପଟେଲଙ୍କୁ ୩୭୪, ବହଜନ ସମାଜ ପାର୍ଟିର ସୁରଜ ତାଣ୍ଡିଙ୍କୁ ୩୨୨, ଛତିଶଗଡ଼ ମହାତରାଇ ପାର୍ଟିର ବିବେକ ଧ୍ରିତଲାହରେଙ୍କୁ ୨୪୫, ସ୍ଵାଧୀନ ପ୍ରାର୍ଥୀ ସଂଜୟ ନାଗଙ୍କୁ ୧୮୫, ପ୍ରବୀଣ ଜୈନଙ୍କୁ ୧୩୨, ସୁକଦେବଙ୍କୁ ୧୦୦, ରାଇଟ୍ ଟୁ ରିକଲ ପାର୍ଟିର ଅଶୋକ କୁମାର ଦଡସେନାଙ୍କୁ ୭୭, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ମହମ୍ମଦ ଶାମୀ ଖାନଙ୍କୁ ୬୪ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ୮୭୨ ଖଣ୍ଡ ଭୋଟ ମିଳିଥିଲା।

purandar_mishra

ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ଯକ୍ଷ ପୁରନ୍ଦର ମିଶ୍ର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+