ଫଡନାବିସଙ୍କ ମନ୍ତ୍ରୀମଣ୍ଡଳରେ ମିଳିଲାନି ସ୍ଥାନ, ଅଜିତଙ୍କ ଏନସିପିରେ ଫାଟ !

ମୁମ୍ବାଇ: ବହୁ ଚର୍ଚ୍ଚା ଆଲୋଚନା ପରେ ଛିଡ଼ିଥିଲା ଭାଗ। କିଛି ଦିନ ତଳେ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ବିସ୍ତାର ହୋଇଥିଲା । ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଥିଲେ । ଆଉ ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ। ଏହାପରେ ପୁଣିଥରେ ତିନି ଦଳ ମଧ୍ୟରେ ମନ୍ତ୍ରୀ ମଣ୍ଡଳ ଭାଗବଣ୍ଟା ହୋଇପାରେ। କିନ୍ତୁ ଏହା ପୂର୍ବରୁ ମନ୍ତ୍ରୀ ପଦ ନମିଳିବାକୁ ନେଇ ଅଜିତ ପାଓ୍ବାରଙ୍କ ଏନସପିରେ ଫାଟ ସୃଷ୍ଟି ହୋଇଛି । ବରିଷ୍ଠ ବିଧାୟକ ଛଗନ ଭୁଜବଳ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଏହା ସହ ପାର୍ଟି ମୁଖ୍ୟ ଅଜିତ ପାଓ୍ବାର ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲଙ୍କ ଉପରେ ବର୍ଷିଛନ୍ତି ଭୁଜବଳ ।

ସେ କଣ ଗୋଟେ ଖେଳନା କି ବୋଲି ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲଙ୍କୁ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନମିଳିବାରୁ ଛଗନ ଭୁଜବଳ ଚଳିତ ଶୀତ ଅଧିବେଶନରେ ଯୋଗ ନଦେଇ ନାସିକ ଚାଲିଯାଇଛନ୍ତି । ମଙ୍ଗଳବାର ନାସିକରେ ନିଜ ସମର୍ଥକଙ୍କୁ ସେ କହିଛନ୍ତି, ମୁଁ ସେମାନଙ୍କ ହାତର କଣ୍ଢେଇ ନୁହେଁ । କିଏ ମୋତେ ମନ୍ତ୍ରୀ ପଦ ଦେବାକୁ ମନା କରିଛି ଖୋଜି ବାହାର କରିବି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ମୋତେ ମନ୍ତ୍ରୀ କରାଇବାକୁ କହିଥିଲେ ।

ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲ୍‌ ଏନେଇ ମୋ ସହ ଆଲୋଚନା କରିବେ କହିଥିଲେ । କିନ୍ତୁ ସେମାନେ ମୋ ସହ ଏ ସଂପର୍କରେ ଆଲୋଚନା କଲେ ନାହିଁ । ଆଗାମୀ ଭବିଷ୍ୟତ ଲାଗି ଚିନ୍ତା କରିବାକୁ ପଡ଼ିବ ।' ଏହା ବ୍ୟତୀତ ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଛଗନ ଭୁଜବଳ ସେମିତ ଜଣେ ମଣିଷ ନୁହେଁ ଯିଏ ଉଠ୍‌ କହିଲେ ଉଠିବ ଏବଂ ବସ୍‌ କହିଲେ ବସିବ । କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଏନସିପି ବିଧାୟକ କହିଛନ୍ତି ।

Ajit Pawar

ସେପଟେ ରାଜ୍ୟସଭା ଯିବାକୁ ଟିକେଟ୍‌ ଦେଲେ ନାହିଁ । ୪୦ ବର୍ଷ ହେଲା ଦଳ ପାଇଁ କାର୍ଯ୍ୟ କରିଛି । ଦଳ କହିଲା ମୋତେ ବିଧାନସଭା ନିର୍ବାଚନ ଲଢ଼ିବା ଦରକାର । ମୁଁ ନିର୍ବାଚନ ଲଢ଼ିଲି ଏବଂ ବିଜୟୀ ହେଲି । କିନ୍ତୁ ଏବେ ମୋତେ ରାଜ୍ୟସଭା ଯିବାକୁ କୁହାଯାଉଛି । ମକରନ୍ଦ ପାଟିଲଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିବା ବେଳେ ତାଙ୍କ ଭାଇ ନୀତିନ ପାଟିଲଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଭୁଜବଳ କହିଛନ୍ତି । ତେବେ ଦଳର ଏହି ଅଫର ପ୍ରତ୍ୟାଖାନ କରିଥିବା ସ୍ପଷ୍ଟ କରିଛନ୍ତି ଭୁଜବଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+