‘ଫେଙ୍ଗାଲ’ ପାଇଁ ବିମାନ ଉଡ଼ାଣ ବନ୍ଦ
ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଫେଙ୍ଗଲ। ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ କରିବା ଏହି ସାଇକ୍ଲୋନ। ଏବେ ଘଣ୍ଟାପ୍ରତି ୭ କିମି ବେଗରେ ଉପକୂଳ ମୁହାଁ ହୋଇଛି। ବାତ୍ୟା ପ୍ରଭାବରେ ପୁଡୁଚେରୀରେ ବର୍ଷା ପବନ ଆରମ୍ଭ ହୋଇଛି । ସାଇକ୍ଲୋନ୍ ଫେଙ୍ଗାଲ୍ ତୀବ୍ର ହେବା ସହ ପୁଡୁଚେରୀ ନିକଟରେ ଅବତରଣ ଆଡକୁ ମୁହାଁଇଥିବାରୁ ତାମିଲନାଡୁ କର୍ତ୍ତୃପକ୍ଷ ଜରୁରୀ ପରାମର୍ଶ ପତ୍ର ଜାରି କରିଛନ୍ତି। ଏହାସହିତ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି।
ଆଜି ଅପରାହ୍ନରେ କରାଇକାଲ ଏବଂ ମହାବାଲିପୁରମ୍ ମଧ୍ୟରେ ଲ୍ୟାଣ୍ଡ୍ଫଲ କରିବାର ସମ୍ଭାବନା ଥିବାରୁ ତାମିଲନାଡୁର ଉତ୍ତର ଏବଂ ଡେଲଟା ଜିଲ୍ଲା ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ସାଇକ୍ଲୋନ୍ ଫେଙ୍ଗାଲ ବିମାନ ଓ ରେଳ ଚଳାଚଳକୁ ବି ପ୍ରଭାବିତ କରିବ ବୋଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ଘୋଷଣା କରାଯାଇଛି। ତାମିଲନାଡ଼ୁ ଏବଂ ପୁଡୁଚେରୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ନାଗପାଟ୍ଟମ ଏବଂ ଅନ୍ୟ ସମୁଦ୍ର କୂଳରେ ଉଚ୍ଚ ଜୁଆରମାନ ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି ।

ଫେଙ୍ଗାଲ ଅପରାହ୍ନରେ ଅବତରଣ କରିବ ବୋଲି ପୂର୍ବାନୁମାନ କରାଯାଇଛି ଏବଂ ପବନ ୯୦ କିଲୋମିଟର ବେଗରେ ପହଞ୍ଚିବ। ପ୍ରବଳ ବର୍ଷା ଆଲର୍ଟ ଥିବା ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications