ଏହି ଦିନ ଏଠି ବାୟୁ ସେନା କରିବ ଏୟାର ଶୋ
ଭାରତୀୟ ବାୟୁସେନା ଆସନ୍ତା ୬ ତାରିଖ ଓ ୮ ତାରିଖ ଦିନ ଚେନ୍ନାଇରେ ତାର ୯୨ତମ ପ୍ରତିଷ୍ଠା ଦିବସ ପାଳନ କରିବେ । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗ୍ରୁପ୍ କ୍ୟାପ୍ଟେନ୍ ସୁପାନଦୀପ ସିଂହ କହିଛନ୍ତି, ଏହି ଅବସରରେ ମାରିନାବିଟ୍ରେ ୧ ଘଣ୍ଟା ୫୩ ମିନିଟ୍ ଧରି ଏୟାର୍ ଶୋ ପ୍ରଦର୍ଶିତ ହେବ । ତାମ୍ରମ୍ ଠାରେ ଥିବା ବାୟୁସେନା ଘାଟିରେ ୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ କରାଯିବ ।

ଏହି ଅବସରରେ ସେଠାରେ ପରେଜ୍ ଓ ଆକାଶମାର୍ଗରେ ବିମାନ ଉଡ଼ାଣ କରାଯିବ । ଏହି ଅବସରରେ ବହୁ ସଂଖ୍ୟାରେ ପରିଦର୍ଶକମାନଙ୍କୁ ସାମିଲ କରାଯାଇ ବାୟୁସେନା ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖୁଥିବା ଶ୍ରୀ ସିଂହ କହିଛନ୍ତି । ଏୟାର ଶୋ'ରେ ୧୦ରୁ ୧୨ ଲକ୍ଷ ଦର୍ଶକ ଏକତ୍ରିତ ହେବାର ଆଶା କରାଯାଉଛି ।












Click it and Unblock the Notifications