ଚେନ୍ନାଇ ବିମାନ ବନ୍ଦରରୁ ଚୋରାଚାଲାଣ ବେଳେ 23 ବନ୍ୟଜନ୍ତୁ ଉଦ୍ଧାର
ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀଙ୍କ ଦ୍ବାରା ବେଆଇନ ଭାବେ ଚାଲାଣ ହେଉଥିବା ବନ୍ୟଜନ୍ତୁ ଉଦ୍ଧାର । ଶୁକ୍ରବାର ରାତିରେ ଥାଇଲ୍ୟାଣ୍ଡରୁ ଚୋରା ଚାଲାଣ ହୋଇଥିବା 20 ଟି ଅଣ-ବିଷାକ୍ତ ସାପ, ଦୁଇଟି କଇଁଛ ଏବଂ ଏକ ମାଙ୍କଡ଼ ଉଦ୍ଧାର କରାଯାଇଛି।
ଚେନ୍ନାଇ: ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀଙ୍କ ଦ୍ବାରା ବେଆଇନ ଭାବେ ଚାଲାଣ ହେଉଥିବା ବନ୍ୟଜନ୍ତୁ ଉଦ୍ଧାର । ଶୁକ୍ରବାର ରାତିରେ ଥାଇଲ୍ୟାଣ୍ଡରୁ ଚୋରା ଚାଲାଣ ହୋଇଥିବା 20 ଟି ଅଣ-ବିଷାକ୍ତ ସାପ, ଦୁଇଟି କଇଁଛ ଏବଂ ଏକ ମାଙ୍କଡ଼ ଉଦ୍ଧାର କରାଯାଇଛି। କେନ୍ଦ୍ରୀୟ ଜଙ୍ଗଲ ଅପରାଧ ଶାଖା ଅଧିକାରୀମାନେ ପଶୁମାନଙ୍କୁ ଥାଇଲ୍ୟାଣ୍ଡକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଚୋରା ଚାଲାଣକାରୀଙ୍କଠାରୁ ମୂଲ୍ୟ ସଂଗ୍ରହ କରିବେ।

ନିର୍ଦ୍ଦିଷ୍ଟ ସୂଚନା ଉପରେ କାର୍ଯ୍ୟ କରି ଅଧିକାରୀମାନେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ରୁ ଆସିଥିବା ରାମନାଥପୁରମ୍ ଜିଲ୍ଲାର କିଲାକାରାଇରୁ ମହମ୍ମଦ ସକିଲ ନାମକ ଜଣେ ଯାତ୍ରୀଙ୍କୁ ଅଟକାଇ ଥିଲେ ଏବଂ ତାଙ୍କ ବ୍ୟାଗେଜ୍ ରୁ ଏହି ସବୁ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଥିଲା ।
ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚୋରା ଚାଲାଣକାରୀଙ୍କୁ ପଚରାଉଚରା କରିବା ପରେ ଜଣା ପଡିଥିଲା ଯେ, ସେ ଦଶ ଦିନ ପୂର୍ବେ ପର୍ଯ୍ୟଟନ ଭିସାରେ ଥାଇଲାଣ୍ଡ ଯାଇଥିଲେ, ସେଠାରେ ରହି ସେଠାରୁ ପଶୁ କିଣିଥିଲେ। ଜବତ ହୋଇଥିବା ସମସ୍ତ ପଶୁଙ୍କୁ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ କୁ ପଠାଯିବ। ରାମନାଥପୁରମ ସ୍ଥିତ ଚୋରା ଚାଲାଣକାରୀଙ୍କଠାରୁ ପ୍ରତ୍ୟାବର୍ତ୍ତନ ଖର୍ଚ୍ଚ ସଂଗ୍ରହ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications