୩ ଶାବକକୁ ଜନ୍ମ ଦେଲା ଚିତା ଗାମିନୀ,ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ ଶୋୟପୁର ଜିଲ୍ଲା ସ୍ଥିତି କୁନୋ ନ୍ୟାସନାଲ ପାର୍କରେ ନୂଆ ଅତିଥି । ୩ ଶାବକଙ୍କୁ ଜନ୍ମଦେଲା ଚିତା ଗାମିନୀ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଖୁସିର ମାହୋଲ । ଦକ୍ଷିଣ ଆଫ୍ରିକାରୁ ଆସିଥିବା ବାଘୁଣୀ ଗାମିନୀ ୩ଟି ଶାବକଙ୍କୁ ଜନ୍ମ ଦେଇଛି । ଭାରତକୁ ଆସିବାର ୩ବର୍ଷ ପୂରଣ ହେବା ଅବସରରେ ୩ଟି ଶାବକ ଜନ୍ମ ହୋଇଛନ୍ତି । ଦ୍ବିତୀୟ ଥର ମାତୃତ୍ବ ଲାଭ କରିଛି ଗାମିନୀ । ଏହାସହ ଭାରତରେ ଜନ୍ମିତ ଜୀବିତ ଚିତା ଶାବକ ଜନ୍ମସଂଖ୍ୟା ୨୭ରେ ପହଂଚିଛି । ସେପଟେ ଭାରତରେ ମୋଟ ଚିତା ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ୩ ନୂଆ ଶାବକ ଜନ୍ମ ହେବା ପରେ ଚିତା ପ୍ରୋଜେକ୍ଟ ଆହୁରି ସୁଦୃଢ ହୋଇଛି ।

କୁନୋରେ ଚିତା ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଖୁସି ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି । ତେବେ ଗତ ୭୦ ର୍ଷ ପୂର୍ବେ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲେ । ଦେଶରେ ପୁଣି ଚିତା ସଂଖ୍ୟା ବଢାଇବା ଉଦ୍ଦେଶ୍ୟରେ ପ୍ରୋକ୍ଟେ ଚିତା ଆରମ୍ଭ କରାଗଲା । ତେଣୁ ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ଚିତା ଆଣି କୁନୋ ନ୍ୟାସନାଲ ପାର୍କରେ ଛଡାଯାଇଥିଲା ।












Click it and Unblock the Notifications