Get Updates
Get notified of breaking news, exclusive insights, and must-see stories!

ଚିରା ସିଟ୍‌ରେ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଏକ୍ସରେ ଝାଡ଼ିଲେ ଅସନ୍ତୋଷ

ଶିବରାଜ ସିଂ ଚୌହ୍ବାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଭୋପାଳରୁ ଦିଲ୍ଲୀ ଗସ୍ତରେ ଥିଲେ ମନ୍ତ୍ରୀ । ହେଲେ ଏୟାରଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କ ପାଇଁ ଆଲର୍ଟ କରିଥିବା ସିଟ୍‌କୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିବରାଜ । ସିଟ୍‌ର ଅବସ୍ଥା କେମିତି ଅଛି ସେନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହିତ ଅସନ୍ତୋଷ ଝାଡିଛନ୍ତି ।

ଶିବରାଜ କହିଛନ୍ତି, ଏୟାର ଇଣ୍ଡିଆ ଏଆଇ ୪୩୬ ରେ ତାଙ୍କର ଟିକେଟ୍‌ ହୋଇଥିଲା । ସିଟ୍‌ ନମ୍ବର ଥିଲା ୮ ସି । ହେଲେ ସେ ସିଟ୍ ପାଖରେ ପହଞ୍ଚିବା ବେଳକୁ ଦେଖିଥିଲେ କି, ସିଟ୍‌ରେ ବସିବା କଷ୍ଟକର ଥିଲା । ହେଲେ ବି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍‌ରେ ବସି ଯାତ୍ରା କରିଥିଲେ । ଖାଲି ଏତିକି ନୁହେଁ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାରଇଣ୍ଡିଆଙ୍କୁ ଟ୍ୟାଗ କରିଥିଲେ ।

Shivraj Chouhan

ଏହାପରେ କମ୍ପାନୀ ଏନେଇ କ୍ଷମା ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ କଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛି । ସେହି ଫଟା ସିଟରେ ବସିବା ପରେ ବିମାନରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଏମିତି ସିଟ୍ ଆପଣ କେମିତି ଦେଲେ । ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ କର୍ମଚାରୀ କହିଥିଲେ, ଆମେ ଏହି ସିଟ୍‌ରେ ଯାତ୍ରୀ କରାଇବାକୁ ଆଦୌ ସହମତି ଦେଇନଥିଲୁ । ଏମିତିକି ବିମାନରେ ଏମିତି ଆହୁରି ସିଟ୍ ରହିଛି ଯାହା ବସିବା ଲାଗି ଉପଯୋଗୀ ନୁହେଁ ।

ଏହାସହ ମନ୍ତ୍ରୀଙ୍କୁ ଅନ୍ୟ ସିଟ୍‌ରେ ବସି ଯାତ୍ରା କରିବାକୁ କର୍ମଚାରୀମାନେ ଅନୁରୋଧ ବି କରିଥିଲେ । ହେଲେ ମନ୍ତ୍ରୀ କହିଥିଲେ, ନିଜ ସୁବିଧା ଲାଗି ଅନ୍ୟଯାତ୍ରୀଙ୍କୁ କଷ୍ଟଦେବା ଆଦୌ ଠିକ୍ ହେବ ନାହିଁ । ମନ୍ତ୍ରୀ ଫଟା ସିଟରେ ବସି ଯାତ୍ରା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+