ଅଶୋକା ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ଯାଞ୍ଚ କରିବେ ୩ ଅଧିକାରୀ
ଅପରେସନ ସିନ୍ଦୂରକୁ ନେଇ ବିବାଦୀୟ ଟିପ୍ପଣୀ କରିବା ମାମଲାରେ ଗିରଫ ହୋଇଥିବା ଅଶୋକା ୟୁନିଭର୍ସିଟୀର ଆସିସିଏଟ ଅଲୀ ଖାନ ମହମୁଦାବାଦଙ୍କୁ ସୁପ୍ରିମକୋର୍ଟ ବୁଧବାର ଅନ୍ତରୀଣ ଜାମିନ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ହରିୟାଣା ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି । ନିଷ୍ପତ୍ତି ଶୁଣାଣି କରି ସୁପ୍ରିମକୋର୍ଟ ଆସୋସିଏଟ ପ୍ରଫେସର ଅଲୀ ଖାନ ମହମୁଦାବାଦଙ୍କ ଉପରେ କୌଣସି ସର୍ତ୍ତ ମଧ୍ୟ ଲାଗିନାହିଁ । ହରିୟାଣା ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୁଇଟି ଆପତ୍ତିଜନକ ଅନଲାଇନ୍ ପୋଷ୍ଟର ବିଷୟବସ୍ତୁକୁ ଦେଖି, ଆବେଦନକାରୀଙ୍କ ବିରୋଦ୍ଧରେ FIR ରୁଜୁ ହୋଇଥିଲା । ତଦନ୍ତ ସ୍ଥଗିତ ରଖିବା ପାଇଁ କୌଣସି ମାମଲା ନାହିଁ ।
କୋର୍ଟ କହିଛନ୍ତି, ହରିୟାଣାର ଡିଜିପିଙ୍କୁ ୩ ଜଣ IPS ଅଧିକାରୀଙ୍କ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ହରିୟାଣା କିମ୍ବା ଦିଲ୍ଲୀର ନୁହଁନ୍ତି । SIT ଟିମ୍ ନେତୃତ୍ୱ ପୋଲିସ ମହାନିରୀକ୍ଷକ ନେବେ । ସଦସ୍ୟଙ୍କ ମଧ୍ୟରୁ ଜଣେ ମହିଳା ଅଧିକାରୀ ରହିବେ । କୋର୍ଟ ଏଥିପାଇଁ ୨୪ ଘଣ୍ଟା ସମୟ ଦେଇଛନ୍ତି । ସେହି ୨୪ ଘଣ୍ଟା ମଧ୍ୟରେ SIT ଟିମ୍ ଗଠନ କରାଯିବ । ରାଣା ଆତଙ୍କବାଦୀ ଆକ୍ରମଣ କିମ୍ବା ଷ୍ଟ୍ରାଇକ ଉପରେ କିଛି ପୋଷ୍ଟ କରିବେ ନାହିଁ । ପାସପୋର୍ଟ ହସ୍ତାନ୍ତର କରିବେ ।

ଉଲ୍ଲେଯୋଗ୍ୟ ଯେ ଅଶୋକା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ମହମୁଦବାଦଙ୍କୁ ଗତ ସପ୍ତାହରେ ଅପରେସନ ସିନ୍ଦୂର ଉପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପାଇଁ ଗିରଫ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଗୋଷ୍ଠୀମାନଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ବିପଦରେ ପକାଇବା ଭଳି କାର୍ଯ୍ୟ ସହିତ ଜଡ଼ିତ ଧାରା ଅନୁଯାୟୀ ଅଭିଯୋଗ କରାଯାଇଥିଲା।












Click it and Unblock the Notifications