Get Updates
Get notified of breaking news, exclusive insights, and must-see stories!

ଅପରେସନ ସିନ୍ଦୂର ଉପରେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରିଦେଲେ କଂଗ୍ରେସ ନେତା

କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚହ୍ୱାନ ଅପରେସନ ସିନ୍ଦୂରକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଅପରେସନର ପ୍ରଥମ ଦିନରେ ଭାରତର ପରାଜୟ ହୋଇଥିଲା । ନିଜର ଏହି ଟିପ୍ପଣୀକୁ ନେଇ ସେ କଦାପି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ଚହ୍ୱାନ । ସେ କହିଛନ୍ତି ପ୍ରଶ୍ନ କରିବାର ଅଧିକାର ଆମକୁ ସମ୍ବିଧାନ ଦେଇଛି । ନିକଟରେ ଏକ ପ୍ରେସ କନଫରେନ୍ସରେ ଚହ୍ୱାନ କହିଥିଲେ ଯେ, ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତ ହାରିଥିଲା । ଏହା ସହିତ ସେ ଲକ୍ଷାଧିକ ସୈନିକଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଥିଲେ ଅଧିକାଂଶ ସୈନିକଙ୍କୁ ଅନ୍ୟ କିଛି କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍ ।

Congress s Prithviraj Chavan

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଚହ୍ୱାନ କହିଛନ୍ତି, ମୁଁ କାହିଁକି କ୍ଷମା ମାଗିବି ? ସମ୍ବିଧାନ ମୋତେ ପ୍ରଶ୍ନ ପଚାରିବାର ଅଧିକାର ଦେଇଛି । ସେ ଏହି ପ୍ରସଙ୍ଗରେ ଶୀଘ୍ର ମିଡିଆ ସହ ବିସ୍ତାର ସହ ଆଲୋଚନା କରିବେ । ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ କିଛି ଭୁଲ୍ ନାହିଁ । ତେଣୁ ତାଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ।

ଏଏନଆଇ ଅନୁସାରେ, ପୁଣେରେ ସାମ୍ବାଦିକ ସମ୍ମିଳନୀରେ ଚହ୍ୱାନ କହିଥିଲେ, ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତ ଶୋଚନୀୟ ଭାବେ ହାରିଥିଲା । ମେ ୭ ତାରିଖ ଅଧ ଘଣ୍ଟା ଧରି ଚାଲିଥିବା ସଂଘର୍ଷରେ ଭାରତ ହାରିଥିଲା । ଏବେ ଲୋକ ଏହାକୁ ସ୍ୱୀକାର କରିବେ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ । ଭାରତୀୟ ବିମାନକୁ ମାରି ଖସାଇ ଦିଆଯାଇଥିଲା । ବାୟୁସେନା ସଂପୂର୍ଣ୍ଣ ଭାବେ ମାଟିରେ ଥିଲା । ଗୋଟିଏ ବି ବିମାନ ଉଡି ନ ଥିଲା । ଯଦି କୌଣସି ବିମାନ ଗ୍ୱାଲିୟର, ବଠିଣ୍ଡା କିମ୍ବା ସିରସାରୁ ଉଡିଥାନ୍ତା ତେବେ ଏହାର ସମ୍ଭାବନା ଅଧିକ ଥିଲା ଯେ, ପାକିସ୍ତାନ ମାରି ଖସାଇ ଦେଇଥାନ୍ତା । ଏହି କାରଣରୁ ବାୟୁସେନା ପୂରା ମାଟିରେ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+