ପୁଣି ଟ୍ରେନ୍ ଦୁର୍ଘଟଣା:ଲାଇନଚ୍ୟୁତ ହେଲା ଚାରମିନାର ଏକ୍ସପ୍ରେସ, ୬ ଆହତ
Train Accident Today: ପୁଣି ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ଚାରମିନାର ଏକ୍କପ୍ରେସ । ତେଲେଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି । ଟ୍ରେନ୍ଟି ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି ।

ଦକ୍ଷିଣ କେନ୍ଦ୍ରୀୟ ରେଳପଥର ପିଆରଓ ରାକେଶଙ୍କ ସୂଚନା ଅନୁସାରେ, ସକାଳ ପ୍ରାୟ ୯ ଟାରେ ଏହି ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ରେଲୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଟ୍ରେନ୍ଟି ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି, ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications