ଚାରିଧାମ ଯାତ୍ରା: ସପ୍ତାହରେ ଗଲାଣି 20 ପ୍ରାଣ
ଗୋଟିଏ ସପ୍ତାହ ଭିତରେ ପ୍ରାୟ 20 ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଛି ।ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଦେଖିବା ପରେ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସୁଛି।
ଡେରାଡୁନ: ଆରମ୍ଭ ହୋଇଛି ଚାରଧାମ ଯାତ୍ରା । ଜମୁଛି ଭକ୍ତଙ୍କ ପ୍ରବଳ ଭିଡ । ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ମରଣ ମୁହଁରେ ପଡୁଛନ୍ତି ଶ୍ରଦ୍ଧାଳୁ। ଗୋଟିଏ ସପ୍ତାହ ଭିତରେ ପ୍ରାୟ 20 ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଛି ।

ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଦେଖିବା ପରେ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସୁଛି। ବ୍ୟବସ୍ଥାରେ ଅବହେଳା ପାଇଁ ଭକ୍ତଙ୍କ ଜୀବନରେ ପ୍ରଭାବିତ ହୋଇଛି । ଏହି ଅଘଟଣକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।
ତେବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁର କାରଣ ହୃଦଘାତ ଏବଂ ଖାଲରେ ଖସିପଡ଼ିବ। କେଦାରନାଥ ଧାମରେ ନିଯୁକ୍ତ ଥିବା ପ୍ରଦୀପ ଭରଦ୍ବାଜଙ୍କ ଅନୁଯାୟୀ, ଭକ୍ତମାନେ ଏନେଇ ସତର୍କ ନହେଲେ ଏହି ଘଟଣା ବଢିବାରେ ଲାଗିବ । ଅନ୍ୟପଟେ ପର୍ଯ୍ୟଟନ ସଚିବ ଦିଲୀପ ଜାଭାଲକର କହିଛନ୍ତି ଯେ ଭକ୍ତଙ୍କ ସୁବିଧା ନେଇ କରାଯାଇଛି ସମସ୍ତ ବ୍ୟବସ୍ଥା । ଏହା ସହିତ ବିନା ପଞ୍ଜିକରଣରେ ଆସୁଥିବା କୌଣସି ଯାତ୍ରୀଙ୍କୁ ଧାମକୁ ଯିବାକୁ ଦିଆଯାଉ ନାହିଁ ।
ଯମୁନେତ୍ରୀ ଓ ଗଙ୍ଗୋତ୍ରୀ ମେ' ମାସ 3 ତାରିଖ ଏବଂ କେଦାରନାଥ 6 ତାରିଖ ଓ ବଦ୍ରିନାଥ 8 ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ଏହି ଯାତ୍ରାରେ ସାମିଲ ହେବାକୁ ଥିବା ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ପଞ୍ଜୀକରଣ କରିଛନ୍ତି । ମେ 20 ପର୍ଯ୍ୟନ୍ତ କେଦାରନାଥ ପାଇଁ ସମସ୍ତ ହେଲି ଟିକେଟ୍ ବୁକ୍ କରାଯାଇଛି । ସହଜରେ ଯାତ୍ରୀ ହେଲିକପ୍ଚରେ ଯାଇ ଦର୍ଶନ ସାରି ଫେରିପାରିବେ ।












Click it and Unblock the Notifications