ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ପାଇଁ ଜାରି ହେଲା ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ
ଉତ୍ତରାଖଣ୍ଡରେ ବାବା ବଦ୍ରୀନାଥ ଓ କେଦାରନାଥ ମଣ୍ଡିତ କବାଟ ଖୋଲିବା ପରେ ଚାରି ଧାମ ଯାତ୍ରା ଆରମ୍ଭ ହେବ ନେଇ ସଂକେତ ମିଳିଛି, ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆସିବେ ବୋଲି ଆଶା କରାଯାଉଛି । ଯାତ୍ରାକୁ ସୁଗମ, ସୁରକ୍ଷିତ ଏବଂ ସଂଗଠିତ କରିବା ପାଇଁ ସରକାର ଏବଂ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗ ଚାରିଧାମ ଯାତ୍ରା ପାଇଁ ଏକ ଆଡଭାଇଜରି ଜାରି କରିଛି । ଯେଉଁଥିରେ ଯାତ୍ରା ରୁଟରେ ଯାନବାହାନ ଚଳାଚଳଠୁ ନେଇ ଚାଳକମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଅନ୍ତର୍ଭୁକ୍ତ । ପରିବହନ ବିଭାଗର ଆଡଭାଇଜରି ଅନୁସାରେ, ପାହାଡ଼ି ରାସ୍ତାରେ ରାତିରେ ବାଣିଜ୍ୟିକ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ରାତି ୧୦ଟାରୁ ସକାଳ ୪ଟା ଯାଏଁ ଚାରିଧାମ ଯାତ୍ରା ରୁଟ୍ରେ କୌଣସି ବ୍ୟବସାୟ ଭିତ୍ତିକ ଯାନବାହାନ ଚଳାଚଳ କରିପାରିବ ନାହିଁ । ପାହାଡ଼ି ରାସ୍ତାରେ ରାତିରେ ଦୁର୍ଘଟଣା ରୋକିବା ଏବଂ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା କରି ଏହିଭଳି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଚକ୍ରପାଣି ମିଶ୍ର କହିଛନ୍ତି ଯେ ପାହାଡିଆ ରାସ୍ତାରେ ଗାଡ଼ି ଚଲାଇବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ, ଯେଉଁଥିରେ ଡ୍ରାଇଭରମାନଙ୍କର ଦକ୍ଷତା ଏବଂ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସେ କହିଛନ୍ତି ଯେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଆଡଭାଇଜରିରେ ବାଣିଜ୍ୟିକ ଡ୍ରାଇଭରମାନଙ୍କ ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ଡ୍ରାଇଭରମାନଙ୍କୁ ସ୍ୱତନ୍ତ୍ର ତାଲିମର ସମ୍ପୂର୍ଣ୍ଣ ପ୍ରମାଣପତ୍ର, ଫିଟନେସ୍ ପ୍ରମାଣପତ୍ର ଏବଂ ସମସ୍ତ ଯାନବାହାନ କାଗଜପତ୍ର ରଖିବାକୁ ପଡିବ । ଏହା ବ୍ୟତୀତ ଡ୍ରାଇଭରମାନଙ୍କ ପୋଷାକ, ଆଚରଣ ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ।












Click it and Unblock the Notifications