Get Updates
Get notified of breaking news, exclusive insights, and must-see stories!

ଚାରିଧାମ ଯାତ୍ରା: ତୀର୍ଥଯାତ୍ରୀ ମୃତ୍ୟୁ ସଂଖ୍ୟା 70 ଛୁଇଁଲା, କେଦାରନାଥରେ ସର୍ବାଧିକ

ଯାତ୍ରୀଙ୍କ ପାଇଁ ଏବେ ଧିରେ ଧିରେ ଅସୁରକ୍ଷିତ ହୋଇପଡିଛି ଚାରିଧାମ ଯାତ୍ରା । ଅଧିକ ଉଚ୍ଚତା ସହ ହୃଦଘାତରେ ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ଯାଉଛି । ବୁଧବାର ଦିନ କେଦାରନାଥରେ 4 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ 3 ଜଣ ଅସୁସ୍ଥ ହୋଇପଡିଛନ୍ତି ।

ଡେରାଡୁନ: ଯାତ୍ରୀଙ୍କ ପାଇଁ ଏବେ ଧିରେ ଧିରେ ଅସୁରକ୍ଷିତ ହୋଇପଡିଛି ଚାରିଧାମ ଯାତ୍ରା । ଅଧିକ ଉଚ୍ଚତା ସହ ହୃଦଘାତରେ ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ଯାଉଛି । ବୁଧବାର ଦିନ କେଦାରନାଥରେ 4 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ 3 ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ତୀର୍ଥଯାତ୍ରୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଋଶିକେଶ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ରୁଦ୍ର ପ୍ରୟାଗର ମୁଖ୍ୟ ଚିକିତ୍ସା ଅଧିକାରୀ ବିକେ ଶୁକ୍ଲା ସୂଚନା ଦେଇଛନ୍ତି ।

kedarnath

ମେ 6 ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ ପ୍ରସିଦ୍ଧ କେଦାରନାଥ ଧାମ ଖୋଲାଯାଇଥିଲା । ତେବେ ଯାତ୍ରା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହୃଦଘାତ ଜନିତ ଓ ଅନ୍ୟାନ୍ୟ ରୋଗ ଯୋଗୁଁ 38 ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇସାରିଲେଣି ।

ମହାମାରୀର ଦୁଇ ବର୍ଷ ପରେ ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଏହି ତୀର୍ଥଯାତ୍ରାରେ ତୀର୍ଥଯାତ୍ରୀଙ୍କ ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳିଛି। ସଦ୍ୟତମ ଆକଳନ ଅନୁଯାୟୀ, ପ୍ରଥମ 20 ଦିନରେ ପ୍ରାୟ 9 ଲକ୍ଷ ଲୋକ ଚାର ଧାମ ଯାତ୍ରା କରିଥିଲେ । ସେମାନଙ୍କ ଭିତରୁ ମୋଟ 70 ଜଣ ତୀର୍ଥଯାତ୍ରୀଙ୍କ ଜୀବନ ଗଲାଣି । ସର୍ବାଧିକ ମୃତ୍ୟୁ କେଦାରନାଥରେ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+