Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, କେଦାରନାଥ ଧାମରେ ​​ହେଲିକପ୍ଟର ସେବା ନିଷେଧ

ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଯାରି ରହିଛି। ସୁରକ୍ଷାକୁ ଦୃଷ୍ଟି ରଖି କେଦାରନାଥକୁ ଆଗାମୀ ନିର୍ଦ୍ଧେଷ ପର୍ଯ୍ୟନ୍ତ ହେଲିକପ୍ଟର ସେବା ବନ୍ଦ ରଖାଯାଇଛି। ଠିକ୍ ଏହି ସମୟରେ ଉତ୍ତରାଖଣ୍ତ ସରକାର କେଦାରନାଥ ଯାତ୍ରାକୁ ନେଇ ସୁରକ୍ଷା ବବ୍ୟସ୍ଥାକୁ କଡାକଡି କରିଛନ୍ତି। ସୁରକ୍ଷା କର୍ମଚାରୀ ଚାରିଆଡେ ନିୟୋଜିତ ଅଛନ୍ତି ଏବଂ ସମସ୍ତେ ସଜାଗ ଅଛନ୍ତି। ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହେଲିକପ୍ଟର ସେବାକୁ ସ୍ଥଗିତ ରଖାଯାଇଛି।

କେବଳ ଶାରୀରିକ ଅକ୍ରମଣ ନୁହଁ ସାଇବର ଆକ୍ରମଣର ମଧ୍ୟ ଭୟ ରହିଛି। ଏହାକୁ ଧ୍ୟାନରେ ରଖି ଉତ୍ତରାଖଣ୍ତର ସ୍ପେଶାଲ ଟାସ୍କ ଫୋର୍ସ ସାଇବର କର୍ମଚରୀ ମାନଙ୍କୁ ସକ୍ରିୟ ରଖିଛି । ଏକ ସ୍ୱତନ୍ତ୍ର ମନିଟରିଂ ଦଳ ଗଠନ କରାଯାଇଛି ଯାହା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖିବ। ଏସଟିଏଫ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ପରାମର୍ଶପତ୍ର ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନଙ୍କୁ ଅଜଣା ଲିଙ୍କ୍ ନ ଖୋଲିବାକୁ, ସରକାରୀ ୱେବସାଇଟ୍‌ରେ ସତର୍କତାର ସହିତ ଲଗଇନ୍ କରିବାକୁ ଏବଂ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରାଯାଇଛି।

Char Dham Yatra

ଏହି ମାସ ଆରମ୍ଭରେ ଚାରିଧାମ ଯାତ୍ରା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ଶନିବାର, ମେ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରତିବର୍ଷ ବହୁ ସଂଖ୍ୟକ ଭକ୍ତ ଚାରିଧାମ ଯାତ୍ରା ପାଇଁ ଦେବଭୂମି ଉତ୍ତରାଖଣ୍ଡକୁ ଆସନ୍ତି। ରାଜ୍ୟ ସରକାର ଯାତ୍ରାକୁ ସୁଗମ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ଉନ୍ନତ ବ୍ୟବସ୍ଥାର ଫଳସ୍ୱରୂପ, ମାତ୍ର ୯ ଦିନରେ ୪ ଲକ୍ଷରୁ ଅଧିକ ଭକ୍ତ ଚାରିଧାମକୁ ଆସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+