ଆଜିଠାରୁ ଆରମ୍ଭ ହେଲା ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ

ଚାରିଧାମ ଯାତ୍ରାର ଆଫଲାଇନ୍ ପଞ୍ଜିକରଣ ଆଜିଠାରୁ ଆରମ୍ଭ ହୋଇଛି । ମାଗଣାରେ କରିପାରିବେ ପଞ୍ଜିକରଣ । ଏହି ବର୍ଷ, ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା (ଏପ୍ରିଲ ୩୦) ଅବସରରେ ଆରମ୍ଭ ହେବ । ଏହି ବର୍ଷ ଉତ୍ତରାଖଣ୍ଡର ଚାରିଧାମ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଦ୍ୱାର ଗତ ବର୍ଷ ଅପେକ୍ଷା ଶୀଘ୍ର ଖୋଲିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଗତ ବର୍ଷ ପ୍ରାୟ ୧୧ ଲକ୍ଷ ଭକ୍ତ ବଦ୍ରିନାଥ ଦର୍ଶନ କରିଥିଲେ ।

ସେହିପରି ୧୩.୫ ଲକ୍ଷ ଭକ୍ତ କେଦାରନାଥ ଦର୍ଶନ କରିଥିଲେ । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆଜି ଆର୍ଥାତ ୨୮ ଏପ୍ରିଲରୁ ଆରମ୍ଭ ହୋଇଛି । ହରିଦ୍ୱାରରେ ୨୦ଟି ମାଗଣା ପଞ୍ଜିକରଣ କାଉଣ୍ଟର ସ୍ଥାପନ କରାଯାଇଛି । ହରିଦ୍ବାର ଜିଲ୍ଲାର ପର୍ଯ୍ୟଟକ ଅଧିକାରୀ ସୁଶୀଲ ନଟିୱାଲ କହିଛନ୍ତି, ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ସୁବିଧା ଆଜିଠାରୁ ଆରମ୍ଭ ହୋଇଛି ।

ପର୍ଯ୍ୟଟକଙ୍କ ପାଇଁ ୨୦ଟି କାଉଣ୍ଟର ଖୋଲାଯାଇଛି । ଏଥିରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ପାଇଁ ଅଲଗା ଅଲଗା କାଉଣ୍ଟର ରହିଛି । ଆଜି ରେଜିଷ୍ଟ୍ରେସନର ପ୍ରଥମ ଦିନ । ରେଜିଷ୍ଟ୍ରେସନ ସୀମା ୧୦୦୦ ଯାଏଁ ରହିଛି । ଅର୍ଥାତ୍ ପ୍ରତିଦିନ ୧୦୦୦ ଲୋକ ରେଜିଷ୍ଟ୍ରେସନ କରିପାରିବେ ।

ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ :

ଆଧାର କାର୍ଡ
ମୋବାଇଲ ନମ୍ବର
ଯଦି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି, ତେବେ ମେଡିକାଲ ପ୍ରମାଣପତ୍ର

Char Dham Yatra 2025 offline registration begins

ଚାରିଧାମ ଯାତ୍ରା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ, ଏହି ଯାତ୍ରାରେ ହିମାଳୟରେ ଥିବା ଚାରୋଟି ପବିତ୍ର ତୀର୍ଥସ୍ଥଳର ଦର୍ଶନ ଅନ୍ତର୍ଭୁକ୍ତ ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ। 'ଚାର' ଅର୍ଥ ଚାରି ଏବଂ 'ଧାମ' ଅର୍ଥ ଧାର୍ମିକ ସ୍ଥାନକୁ ବୁଝାଏ। ଏହା ବିଶ୍ୱାସ କରାଯାଏ ଯେ ଚାରିଧାମ ଯାତ୍ରା ଘଣ୍ଟାକଣ୍ଟା ଦିଗରେ ସମାପ୍ତ କରିବା ଉଚିତ। ତେଣୁ, ଯାତ୍ରା ଯମୁନୋତ୍ରୀରୁ ଆରମ୍ଭ ହୋଇ ଗଙ୍ଗୋତ୍ରୀ, ତା'ପରେ କେଦାରନାଥ ଏବଂ ଶେଷରେ ବଦ୍ରିନାଥରେ ଶେଷ ହୁଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+