ଅଖିଳେଶଙ୍କ ରାଲିରେ ହେଲା ଦଳାଚକଟା, ପୋଲିସ କରିଲା ଲାଠିଚାର୍ଜ

ଆଜମଗଡ଼: ସମାଜବାଦି ପାର୍ଟିର ମୁଖିଆ ଜାତୀୟ ସଭାପତି ତଥା ପୂର୍ବତନ ୟୁପି ସିଏମ୍ ଅଖିଳେଶ ଯାଦବଙ୍କ ଏକ ରାଲିରେ ପୁଣି ଥରେ ହୋଇଛି ବିଶୃଙ୍ଖଳା । ଏକ ସାଧାରଣ ସଭା କରିବା ପାଇଁ ଅଖିଳେଶ ଯାଦବ ଆଜମଗଡରେ ପହଞ୍ଚିଥିଲେ । ଆଉ ଏଠାରେ ଅଖିଳେଶ ଏକ ରାଲିକୁ କରିଥିଲେ ସମ୍ବୋଧିତ । କିନ୍ତୁ ଏଠାରେ ଉପସ୍ତିତ ଥିବା ଅତ୍ୟଧିକ ଉତ୍ସାହିତ କର୍ମୀମାନେ ପୁଣି ଥରେ ବ୍ୟାରିକେଡ୍ ଭାଙ୍ଗିଛନ୍ତି ।

akhilesh yadav

ଏହା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହାପୂର୍ବରୁ ପ୍ରୟାଗରାଜ ଏବଂ ସନ୍ଥ କବୀର ନଗରରେ ଅନୁଷ୍ଠିତ ରାଲିରେ ଏସପି କର୍ମୀମାନେ ନିୟନ୍ତ୍ରଣ ବାହାରକୁ ଯାଇଥିଲେ । ଯେଉଁଥିପାଇଁ ରାଲିକୁ ବାତିଲ କରିବାକୁ ପଡିଥିଲା । ଆଜମଗଡର ଲାଲଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ରାଲିରେ ସମ୍ବୋଧିତ କରିବା ପାଇଁ ଏସପି ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ପହଞ୍ଚିଥିଲେ । ଏହି ସମୟରେ ଏସପି କର୍ମୀମାନେ ଅତ୍ୟଧିକ ଉତ୍ସାହିତ ହୋଇ ମଞ୍ଚ ଆଡକୁ ଯିବା ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ସେଠାରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଲାଠିଚାର୍ଜ କରିଥିଲା । ଏହା ପରେ କର୍ମୀମାନେ ପରସ୍ପର ଉପରେ ଚଢ଼ିବା ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+