୨୦୨୭ରେ ‘ଚନ୍ଦ୍ରଯାନ-୪’, ଚନ୍ଦ୍ରରୁ ଆଣିବ ମାଟି ନମୁନା: ଜିତେନ୍ଦ୍ର ସିଂହ

'ଚନ୍ଦ୍ରଯାନ-୪'କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍‌ ହେବ 'ଚନ୍ଦ୍ରଯାନ ଅଭିଯାନ ୪'। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରୁ ମାଟି ନମୁନା ପୃଥିବୀକୁ ଅଣାଯିବ । ଜିତେନ୍ଦ୍ର ସିଂହ କହିଛନ୍ତି, 'ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନରେ ଏଲଭିଏମ୍-୩ ରକେଟର ଅତି କମରେ ଦୁଇଟି ପୃଥକ ଉତକ୍ଷେପଣ କରାଯିବ। ଯେଉଁଥିରେ ମିଶନରେ ପାଞ୍ଚଟି ଭିନ୍ନ ଉପକରଣ ବହନ କରାଯିବ।

chandrayan

ସୂଚନା ଅନୁଯାୟୀ, ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରଯାନ-୩ ପ୍ରକ୍ଷେପଣ ସଫଳ ହେବା ପରେ ଇସ୍ରୋ ବୈଜ୍ଞାନିକମାନେ ଏବେ ଚତୁର୍ଥ ମିଶନ୍‌ ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ଦେଇଥିଲେ। ଏହି ମିଶନ ୩୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏହି ମିଶନ ପାଇଁ ସରକାର ୨୧୦୪.୦୬ କୋଟି ଟଙ୍କାର ପାଣ୍ଠି ଯୋଗାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+