ବଦଳିଲା ଚନ୍ଦ୍ରଯାନ ୩ ଉତକ୍ଷେପଣ ତାରିଖ, ଜୁଲାଇ ୧୩ ବଦଳରେ ୧୪ରେ ହେବ ଲଞ୍ଚ
ନୂଆଦିଲ୍ଲୀ: ବଦଳିଲା ଚନ୍ଦ୍ରଯାନ ୩ ଉତକ୍ଷେପଣ ତାରିଖ । ଜୁଲାଇ ୧୩ ବଦଳରେ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩କୁ ଚନ୍ଦ୍ରକୁ ପଠାଇବ ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟା ୩୦ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ । ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇ ସାରିଛନ୍ତି ।

ଇସ୍ରୋ ଟ୍ୱିଟରେ ଲେଖିଛି, ଚନ୍ଦ୍ରାୟନ-୩ର ପ୍ରତିକ୍ଷେପଣ ନେଇ ଘୋଷଣା। LVM3-M4 / ଚନ୍ଦ୍ରାୟନ-୩ ମିଶନର ଲଞ୍ଚିଂ ତାରିଖ ଏବେ ନିର୍ଦ୍ଧାରିତ ହୋଇଛି । ଏହା ଶ୍ରୀହରିକୋଟା ଏସ୍ଡିଏସ୍ସିରୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ୨ଟା ୩୫ରେ ଲଞ୍ଚ୍ ହେବ । ଏହାପୂର୍ବରୁ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ବୁଧବାର ଚନ୍ଦ୍ରାୟନ-୩ ମହାକାଶଯାନକୁ ଏହାର ନୂଆ ଲଞ୍ଚିଂ ରକେଟ୍ LVM-3 ସହିତ ସଂଯୋଗ କରିଥିଲା ।
ଚନ୍ଦ୍ରାୟନ-୩ର ଲ୍ୟାଣ୍ଡିଂ ଟେକ୍ନିକ୍କୁ ନୂଆ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି । ଏହି ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି । ଏହି ମିଶନର ପୂରା ବଜେଟ୍ ରହିଛି ୬୫୧ କୋଟି ଟଙ୍କା । ଚନ୍ଦ୍ରଯାନ ମିଶନ ଅଧୀନରେ ଇସ୍ରୋ ଚନ୍ଦ୍ରରେ ପହଞ୍ଚିବାକୁ ଚାହୁଁଛି ।
Announcing the launch of Chandrayaan-3:
🚀LVM3-M4/Chandrayaan-3 🛰️Mission:
The launch is now scheduled for
📆July 14, 2023, at 2:35 pm IST
from SDSC, SriharikotaStay tuned for the updates!
— ISRO (@isro) July 6, 2023
ଉଲ୍ଲେଖଥାଉ କି, ଚନ୍ଦ୍ରାୟନ-୨ ପରେ ଚଳିତ ମାସରେ ଚନ୍ଦ୍ରାୟନ-୩ ଲଞ୍ଚ ହେବାକୁ ଯାଉଛି । ଚନ୍ଦ୍ରଯାନ ୨ ମିଶନ ୨୨ ଜୁଲାଇ ୨୦୧୯ରେ କରାଯାଇଥିଲା । ପାଖାପାଖି ୨ ମାସ ପରେ ୭ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରମାର ସାଉଥ ପୋଲରେ ଚନ୍ଦ୍ରଯାନ-୨ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଯାହାପରେ ଭାରତ ଚନ୍ଦ୍ରଯାନ-୩ ମିଶନ ପ୍ରସ୍ତୁତ କରିଛି ।












Click it and Unblock the Notifications