ଭାରତ ଏହି ଦିନ ଲଞ୍ଚ କରିବ ଚନ୍ଦ୍ରାୟନ-୩, ଜାଣନ୍ତୁ କାର୍ଯ୍ୟସୂଚୀ
Chandrayaan-3: ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ 'ଚନ୍ଦ୍ରାୟନ -୩' ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏକ ଆନୁମାନିକ ତାରିଖ ଦେଇଛି । ଆସନ୍ତା ୧୩ ତାରିଖରେ ମହାକାଶକୁ ଯିବ ଚନ୍ଦ୍ରାୟନ-ଥ୍ରୀ । ଶ୍ରୀହରିକୋଟାର ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଜୁଲାଇ ୧୩ ତାରିଖ ଅପରାହ୍ନ ୨.୩୦ ରେ ଚନ୍ଦ୍ର ଅଭମୁଖେ ଯିବ ଚନ୍ଦ୍ରାୟନ-ଥ୍ରୀ ।

ନ୍ୟୁଜ୍ ଏଜେନ୍ସି ANI ସହିତ କଥାହୋଇ ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ବର୍ତ୍ତମାନ ଚନ୍ଦ୍ରୟାନ -୩ ମହାକାଶଯାନ ସଂପୂର୍ଣ୍ଣ ଏକୀଭୂତ ହୋଇଛି। ଆମେ ପରୀକ୍ଷା ସମାପ୍ତ କରିଛୁ । ଆମେ ବର୍ତ୍ତମାନ ରକେଟ୍ ପ୍ରସ୍ତୁତ କରୁଛୁ। ଆଜି ରକେଟ୍ ପ୍ରସ୍ତୁତ ହୋଇଯିବ।
କେତେ ଟଙ୍କା ଖର୍ଚ୍ଚ ହୋଇଛି
ଜିଓ-ସାଟେଲାଇଟ୍ ଲଞ୍ଚ ଭେହିକିଲ୍ GSLV-ଥ୍ରୀରେ ମହାକାଶକୁ ଯିବ ଚନ୍ଦ୍ରାୟନ-ଥ୍ରୀ । ପୂରା ପ୍ରକଳ୍ପ ପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୯ରେ ମହାକାଶକୁ ଯାଇଥିଲା ଚନ୍ଦ୍ରାୟନ-ଟୁ । କିନ୍ତୁ ମିଶନ୍ ସଫଳ ହୋଇନଥିଲା । ଚନ୍ଦ୍ର ଚାରିପଟେ ବୁଲିଥିଲା । କିନ୍ତୁ ରୋଭର୍କୁ କକ୍ଷପଥରେ ଅବସ୍ଥାପିତ କରାଇବାରେ ବିଫଳ ହୋଇଥିଲା ବିକ୍ରମ୍ ଲ୍ୟାଣ୍ଡର୍ ।
ଚନ୍ଦ୍ରୟାନ-୩ ରେ କରାଯାଇଛି ଏସବୁ ପରିବର୍ତ୍ତନ
ଏଥର ISRO ବୌଜ୍ଞାନିକମାନେ ପୁରାତନ ତ୍ରୁଟିରୁ ଶିକ୍ଷା ଲାଭକରି ଲ୍ୟାଣ୍ଡିଂ ନେଇ ବହୁତ ସତର୍କତା ଅବଲମ୍ବନ କରିଛି, ସେମାନେ କୌଣସି ଭୁଲ କରିବାକୁ ଚାହାଁନ୍ତି ନାହିଁ । ଏଥିପାଇଁ ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡର ଅବତରଣ କୌଶଳକୁ ପରିବର୍ତ୍ତନ କରାଯାଇଛି । ଚନ୍ଦ୍ରାୟଣ -୩ ମିଶନରେ ISRO କେବଳ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି । କୁହାଯାଇଛି ଯେ ଚନ୍ଦ୍ର ଚାରିପଟେ ବୁଲୁଥିବା ଚନ୍ଦ୍ରୟାନ-୨ ର କକ୍ଷପଥ ସହିତ ଲ୍ୟାଣ୍ଡର-ରୋଭରର ସମ୍ପର୍କ ସଂଯୋଗ ହେବ ।
୨ କିମି ଉଚ୍ଚତାରୁ ଆକ୍ଟିଭ କରାଯିବ ସେନସର
ଲ୍ୟାଣ୍ଡିଂ ସମୟରେ ଉଚ୍ଚତା, ଅବତରଣ ସ୍ଥାନ, ଗତି, ପଥରରୁ ରକ୍ଷା କରିବା ପାଇଁ ସେନ୍ସର ବ୍ୟବହାର କରାଯିବ । ଏଥର ଚନ୍ଦ୍ରାୟଣ -୩ ପରୀକ୍ଷା କରି ୭ କିମି ଉଚ୍ଚତାରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଏହା ପରେ ସେନ୍ସରଗୁଡ଼ିକ ଆକ୍ଟିଭ ମୋଡରେ ରହିବ ଏବଂ ୨ କିଲୋମିଟର ଉଚ୍ଚତାରୁ ସେମାନେ ସେମାନଙ୍କର ଦିଗ, ଗତି ଓ ଲ୍ୟାଣ୍ଡିଂ ପାର୍ଶ୍ୱ ସ୍ଥିର କରିବ ।












Click it and Unblock the Notifications