ଅଗଷ୍ଟରେ ଚନ୍ଦ୍ରପୃଷ୍ଠ ଛୁଇଁବ ଚନ୍ଦ୍ରଯାନ-3, ଚନ୍ଦ୍ରର ଦକ୍ଷିଣ ମେରୁରେ କରିବ ଲ୍ୟାଣ୍ଡ
ନୂଆଦିଲ୍ଲୀ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଯାଇଛି ଚନ୍ଦ୍ରଯାନ-୩ । କିନ୍ତୁ ଏହାକୁ ଚନ୍ଦ୍ରରେ ପହଞ୍ଚିବାକୁ ପାଖାପାଖି ମାସେ ସମୟ ଲାଗିବ । ଅଗଷ୍ଟ ୨୩/୨୪ ତାରିଖ ଆଡକୁ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଅବଶ୍ୟ ଏହି ତାରିଖ ଆଗପଛ ବି ହୋଇପାରେ ବୋଲି କୁହାଯାଉଛି ।
ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିବ ୪୦ରୁ ୪୨ ଦିନ । ପୂର୍ବରୁ ୪ ଦିନରେ ଆମେରିକା ଓ ଋଷ ଚନ୍ଦ୍ରରେ ପହଞ୍ଚିଥିବା ବେଳେ, ସାଢେ ଚାରି ଦିନରେ ଚନ୍ଦ୍ରରେ ପହଞ୍ଚିଥିଲା ଚୀନ୍ । ତେବେ ଚନ୍ଦ୍ରରେ ଅବତରଣ କରିବା ପରେ ଚନ୍ଦ୍ରଯାନ-୩ ଗୋଟିଏ ଦିନରେ କାମ ଆରମ୍ଭ କରି ଦେବ । ଚନ୍ଦ୍ରରେ ଗୋଟିଏ ଦିନ ଅର୍ଥାତ ଯାହା ପ୍ରାୟ ପୃଥିବୀରେ ୧୪ ଦିନ ଅଟେ ।

କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରୟାନ-୩
ସଫଳତାର ସହ ଅର୍ବିଟରେ ପହଞ୍ଚିଛି ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣକୁ ସମସ୍ତଙ୍କ ଅପେକ୍ଷା । ଯଦି ଏହା ସଫଳ ହୁଏ ତେବେ ଆମେରିକା, ଚୀନ ଓ ସୋଭିଏତ୍ ସଂଘ ପରେ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିବ ଭାରତ ।
ସୂଚନାଥାଉ କି, ୨୦୧୯ରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ସଫଳ ହୋଇଥିଲେ ବି ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ବିଫଳ ହୋଇଯାଇଥିଲା । ଫଳରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଏକପ୍ରକାର ନିରାଶା ଖେଳିଯାଇଥିଲା । ସେତେବେଳେ ସାହାସ ଦେବାକୁ ଯାଇ ତକ୍ରାଳୀନ ଇସ୍ରୋ ଅଧ୍ୟକ୍ଷ କେ ଶିବାନଙ୍କୁ କୋଳାଗ୍ରତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।












Click it and Unblock the Notifications