Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରରେ ପାହିଲାଣି ରାତି, ନିଦରୁ ଉଠୁ ନାହାନ୍ତି ଲ୍ୟାଣ୍ଡର୍ ବିକ୍ରମ୍ ଓ ରୋଭର୍ ପ୍ରଜ୍ଞାନ୍; ପ୍ରଚେଷ୍ଟା ଜାରି ରଖିଛି ଇସ୍ରୋ

Chandrayaan 3: ଚନ୍ଦ୍ରରେ ପାହିଲାଣି ରାତି । ଏବେ ବି ନିଦରେ ଶୋଇଛନ୍ତି ଲ୍ୟାଣ୍ଡର୍ ବିକ୍ରମ୍ ଓ ରୋଭର୍ ପ୍ରଜ୍ଞାନ୍ । ପ୍ରଚେଷ୍ଟା ଜାରି ରଖିଛି ଇସ୍ରୋ । ହେଲେ ହୋଇ ପାରୁନାହିଁ ଯୋଗାଯୋଗ ।

ଆଜି ଠାରୁ ଚନ୍ଦ୍ରରେ ସୂର୍ଯ୍ୟାଲୋକ ପୁଣି ପଡିଥିବା ବେଳେ ଇସ୍ରୋ ସନ୍ଧ୍ୟା ବେଳେ(ପୃଥିବୀ ସମୟ) ବିକ୍ରମ ଓ ପ୍ରଜ୍ଞାନକୁ ପୁନଃ କାର୍ଯ୍ୟକ୍ଷମୁ କରିବାକୁ ଯୋଜନା କରିଥିଲା । ମାତ୍ର ଲ୍ୟାଣ୍ଡର ଏବଂ ରୋଭରରୁ ସିଗନାଲ ଗ୍ରହଣ କରାଯାଇ ପାରୁନଥିବା କହିଛି ଇସ୍ରୋ । ତେବେ ପ୍ରକ୍ରିୟାକୁ ଆଜି ପାଇଁ ସ୍ଥଗିତ କରି ଦିଆଯାଇଛି । ଆଜି ବଦଳରେ କାଲି ପୁନଃ କାର୍ଯ୍ୟକ୍ଷମ ପ୍ରକ୍ରିୟା କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Chandrayaan-3

ISRO ଟ୍ୱିଟରରେ ପୋଷ୍ଟ କରିଛି ଯେ, ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ୍ ରୋଭର ସହିତ ଯୋଗାଯୋଗ ସ୍ଥାପନ ପାଇଁ ଉଦ୍ୟମ କରାଯାଇଛି । ଯାହା ଦ୍ବାରା ସେମାନଙ୍କର ଜାଗ୍ରତ ସ୍ଥିତି ଜାଣିହେବ । ବର୍ତ୍ତମାନ ସେମାନଙ୍କ ପକ୍ଷରୁ କୌଣସି ସିଗନାଲ୍ ମିଳିନାହିଁ । ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ ।

ତେବେ ସ୍ପେଶ ଆପ୍ଲିକେସନ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଦେଶାଇ କହିଛନ୍ତି ଯେ "ପୂର୍ବରୁ ଆମେ ପ୍ରଜ୍ଞାନ ଓ ବିକ୍ରମକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲୁ। ଏହି ପ୍ରକ୍ରିୟା ଆଜି ସନ୍ଧ୍ୟାରେ କରାଯାଇ ଥାଆନ୍ତା। କିନ୍ତୁ କିଛି କାରଣ ପାଇଁ କାର୍ଯ୍ୟକ୍ରମକୁ ଆସନ୍ତାକାଲି ଯାଏ ଘୁଞ୍ଚାଇ ଦିଆଯାଇଛି।"

ସୂଚନାଥାଉ କି, ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ରେ ଖଞ୍ଜା ଯାଇଥିବା ବିକ୍ରମ ଓ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲେ। ଲ୍ୟାଣ୍ଡ କରିବାର ୧୪ ଦିନ ଯାଏ ବିକ୍ରମ ଓ ପ୍ରଜ୍ଞାନ ଇସ୍ରୋକୁ ତଥ୍ୟ ଦେଇଥିଲେ । ଏହାପରେ ଚନ୍ଦ୍ରରେ ରାତି ହୋଇଯିବାରୁ ଏମାନଙ୍କୁ ସ୍ଲିପ ମୋଡରେ ରଖାଯାଇଥିଲା। ଏବେ ଚନ୍ଦ୍ରରେ ପୁଣି ସୂର୍ଯ୍ୟ କିରଣ ପଡ଼ିବା ଆରମ୍ଭ ହୋଇଥିବାରୁ ଇସ୍ରୋ ପ୍ରଜ୍ଞାନ ଓ ବିକ୍ରମକୁ ସ୍ଲିପ ମୋଡରୁ ଉଠାଇବାକୁ ନିଷ୍ପତ୍ତି ନେଇଛି ।

ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା । ପୂର୍ବରୁ ଆମେରିକା, ଋଷ, ଚାଇନା ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଥିଲେ ବି କେହି ଦକ୍ଷିଣ ମେରୁକୁ ଛୁଇଁ ନଥିଲେ । ଏଠାରେ ଅବତରଣ ପରେ ବିକ୍ରମ ଓ ଲ୍ୟାଣ୍ଡର ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ତଥ୍ୟ ଇସ୍ରୋକୁ ପଠାଇ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+