Get Updates
Get notified of breaking news, exclusive insights, and must-see stories!

Chandrayaan 3 : ତିନୋଟି ମିଶନରୁ ଦୁଇଟି ପୂରଣ, ଏବେ ବି ଗବେଷଣା ଜାରି ରହିଛି ବୋଲି କହିଲା ଇସ୍ରୋ

ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କଲା ପରେ ପଠାଇବାର ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି । ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୩ ପଠାଇବାର ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ଉଦ୍ଦେଶ୍ୟ ସାଧନ ହୋଇସାରିଛି ।

ଆଉ ଗୋଟିଏ ଇନ୍‌-ସିଟୁ ବୈଜ୍ଞାନିକ ଗବେଷଣା କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ସୂଚନା ଦେଇଛି । ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ।

ଚନ୍ଦ୍ରଯାନ-୩ର ସମସ୍ତ ପେଲୋଡ୍ ଠିକ୍‌ଠାକ୍ କାମ କରୁଛି ବୋଲି ଇସ୍ରୋ ସୂଚନା ଦେଇଛି । ଏକ୍ସ ଟ୍ୱିଟ୍ କରି କହିଛି "ଚନ୍ଦ୍ରୟାନ -୩ ମିଶନର ଉଦ୍ଦେଶ୍ୟ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ ସମ୍ପନ୍ନ ହୋଇସାରିଛି । ଦ୍ୱିତୀୟରେ ଚନ୍ଦ୍ରରେ ରୋଭର ବୁଲିବାର ଉଦ୍ଦେଶ୍ୟ ସଫଳ ହୋଇଛି । ଆଉ ବର୍ତ୍ତମାନ ଇନ୍-ସିଟୁ ବୈଜ୍ଞାନିକ ପରୀକ୍ଷଣ ଚାଲିଛି । ସମସ୍ତ ପେଲୋଡ୍ ଠିକ୍‌ ଭାବରେ କାର୍ଯ୍ୟ କରୁଛି ।

ଏହାପୂର୍ବରୁ ଶନିବାର ଦିନ ISRO ରୋଭର ଚନ୍ଦ୍ରରେ ବୁଲୁଥିବା ଏକ ଭିଡିଓ ଜାରି କରିଥିଲା। ପ୍ରଜ୍ଞାନ ରୋଭର ଦକ୍ଷିଣ ପୃଷ୍ଠରେ ଚନ୍ଦ୍ରର ରହସ୍ୟ ଖୋଜିବା ପାଇଁ ଶିବଶକ୍ତି ପଏଣ୍ଟରେ ଘୁରି ବୁଲୁଛି ବୋଲି ଇସ୍ରୋ କହିଥିଲା ।

CHANDRAYAAN 3

ଇସ୍ରୋର ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଗଷ୍ଟ ୨୩ ମୋ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାରେ ଦେଶ ଇତିହାସ ରଚିଛି । ଏହି ଦୃଶ୍ୟକୁ କେବେ ବି ଭୁଲି ହେବନାହିଁ । କିଛି ସ୍ମୃତି ଅମର ହୋଇରହେ ।

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ପାଳନ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚନ୍ଦ୍ରଯାନ -୩ର ସଫଳତା ଅବସରରେ ବେଙ୍ଗାଲୁରୁ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି।

ତା' ସହିତ ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ -୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖାଯାଇଥିବା ଜଣାପଡ଼ିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+