Get Updates
Get notified of breaking news, exclusive insights, and must-see stories!

ମିଶନ ପୂରା କରି ସ୍ଲିପମୋଡକୁ ଚାଲିଗଲା ରୋଭର 'ପ୍ରଜ୍ଞାନ' ; ୨୨ ତାରିଖରେ ହେବ ଜାଗ୍ରତ

ନୂଆଦିଲ୍ଲୀ : ସ୍ଲିପମୋଡକୁ ଚାଲିଗଲା ରୋଭର 'ପ୍ରଜ୍ଞାନ' । ନିଜ ମିଶନ ଶେଷ କରି ସ୍ଲିପମୋଡକୁ ଚାଲିଗଲା ରୋଭ 'ପ୍ରଜ୍ଞାନ' । ନିଜ କାମ ଶେଷ କରି ଏବେ ନିଦରେ ଶୋଇ ପଡ଼ିଛି 'ପ୍ରଜ୍ଞାନ' । ଏ ନେଇ ଇସ୍ରୋ ଏକ୍ସ୍ (ଟୁଇଟ) କରିଛି ।

ଇସ୍ରୋ କହିଛି, ରୋଭର ପ୍ରଜ୍ଞାକୁ ସ୍ଲିପ୍ ମୋଡରେ ରଖାଯାଇଛି । ଏହା ସହ ଏପିଏକ୍ସଏସ ଓ ଏଲଆଇବିଏସ ପେଲୋଡକୁ ମଧ୍ୟ ବନ୍ଦ କରାଯାଇଛି । ଏହା ଆଉ ପୂର୍ବଭଳି କାର୍ଯ୍ୟକ୍ଷମ ରହିବ ନାହିଁ ।
ଏହି ପେଲୋଡ୍ ଗୁଡିକ ମାଧ୍ୟମରେ ସଂଗୃହିତ ସମସ୍ତ ତଥ୍ୟ ପ୍ରଜ୍ଞାନ ଲ୍ୟାଣ୍ଡର 'ବିକ୍ରମ' ମାଧ୍ୟମରେ ପୃଥିବୀକୁ ପଠାଇ ସାରିଛି । ଏବେ ଏହା ସ୍ଲିପମୋଡକୁ ଚାଲିଯାଇଥିଲେ ସୁଦ୍ଧା ଏହାର ବ୍ୟାଟେରୀ ଶତ ପ୍ରତିଶତ ଚାର୍ଜ ରହିଛି ।

chandrayaan 3

ଇସ୍ରୋ କହିଛି, ପ୍ରଜ୍ଞାର ବ୍ୟାଟେରୀ ଫୁଲ୍ ଚାର୍ଜରେ ରହିଛି । ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡିବ । ଏହାକୁ ରୋଭର ଗ୍ରହଣ କରି ପାରିବ । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ଏହା ପରେ ଅବଶିଷ୍ଟ କାମ ପୂରା କରିବ ।

ଇସ୍ରୋ କହିଛି କୌଣସି କାରଣବଶତଃ ପରବର୍ତ୍ତୀ ସୂର୍ଯ୍ୟୋଦୟରେ ରୋଭର ସକ୍ରିୟ ନ ହୁଏ ତେବେ ରୋଭର ସେହି ଅବସ୍ଥାରେ ଭାରତର ରାଜଦୂତ ପରି ସେଠାରେ ରହିବ ।

ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇସାରିଛି । ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ଉତ୍କଣ୍ଠା ବଢିଛି ।

ସଂଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ 'ଶିବଶକ୍ତି ପଏଣ୍ଟ'ରେ ଲ୍ୟାଣ୍ଡର 'ବିକ୍ରମ'ର ସଫଳତାର ସହ ଅବତରଣ କରାଇ ଇତିହାସ ରଚିଥିଲା ଇସ୍ରୋ । ତାର କିଛି ଘଣ୍ଟା ମଧ୍ୟରେ ରୋଭର 'ପ୍ରଜ୍ଞାନ' ନିଜର କାମ ଆରମ୍ଭ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+