ଚନ୍ଦ୍ରଯାନ-3: ବିକ୍ରମର ଏମିତି ଫଟୋ ଉଠାଇଲା ରୋଭର୍ ପ୍ରଜ୍ଞାନ
chandrayaan 3 Landing: ଗତ ଏକ ସପ୍ତାହ ଧରି ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ରୋଭର୍ ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମଙ୍କ ସମ୍ପୂର୍ଣ୍ଣ ଦୃଶ୍ୟ ଚିତ୍ର କ୍ଲିକ୍ କରିଛି । ଏନେଇ ISRO କିଛି ସମୟ ପୂର୍ବରୁ ଟ୍ୱିଟ୍ କରି ଏହି ଫଟୋଗୁଡିକ ସେୟାର କରିଛି ।
ISRO ଟ୍ୱିଟ୍ କରି କହିଛି, ରୋଭର ପ୍ରଜ୍ଞାନ ଆଜି ସକାଳେ ବିକ୍ରମ ଲ୍ୟାଣ୍ଡର ଫଟୋ କ୍ଲିକ୍ କରିଛି । ପ୍ରଜ୍ଞାନରେ ସ୍ଥାପିତ ରୋଭର କ୍ୟାମେରାରୁ ଏହି ଚିତ୍ର କ୍ଲିକ୍ କରାଯାଇଛି । ଏହାପୂର୍ବରୁ ISRO ଦାବି କରିଥିଲା ଯେ ରୋଭର ଦକ୍ଷିଣ ମେରୁରେ ଚନ୍ଦ୍ର ପୃଷ୍ଠରେ ଅମ୍ଳଜାନ ଆବିଷ୍କାର କରିଛି ଏବଂ ହାଇଡ୍ରୋଜେନ ଖୋଜୁଛି । ହାଇଡ୍ରୋଜେନ ଆବିଷ୍କାର ହେବା ମାତ୍ରେ ଚନ୍ଦ୍ରରେ ଜଳର ଉପସ୍ଥିତି ଜଣା ପଡିବ, ଯଦି ଏହା ସମ୍ଭବ ତେବେ ଏହା ଏହି ଦିଗରେ ଏକ ବୈପ୍ଳବିକ ପଦକ୍ଷେପ ହେବ ।

ISRO କହିଛି, 'ବୈଜ୍ଞାନିକ ପରୀକ୍ଷଣ ଜାରି ରହିଛି, ରୋଭରରେ ଲଗାଯାଇଥିବା ଲେଜର ଅପରେଟେଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍ (LBS) ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ନିଶ୍ଚିତ କରିଛି । ବେଙ୍ଗାଲୁରୁର ISRO ମୁଖ୍ୟାଳୟ କହିଛି, 'ଆଶା ଅନୁଯାୟୀ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ମଧ୍ୟ ଚିହ୍ନଟ ହୋଇଛି । ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି । ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ୍ (LEOS) / ISRO ପାଇଁ ଲାବୋରେଟୋରୀରେ LBS ଯନ୍ତ୍ରକୁ ବିକଶିତ କରାଯାଇଛି ।
Chandrayaan-3 Mission:
Smile, please📸!
Pragyan Rover clicked an image of Vikram Lander this morning.
The 'image of the mission' was taken by the Navigation Camera onboard the Rover (NavCam).
NavCams for the Chandrayaan-3 Mission are developed by the Laboratory for… pic.twitter.com/Oece2bi6zE
— ISRO (@isro) August 30, 2023
ସୂଚନାଥାଉ କି, ଭାରତୀୟ ମହାକାଶ ଗବେଷଣା ସ୍ଥଂସ୍ଥା (ଇସ୍ରୋ, ISRO) ଚନ୍ଦ୍ରଯାନ-3 କୁ ଅଗଷ୍ଟ 23, ବୁଧବାର ସନ୍ଧ୍ୟା 6ଟା 4ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରାଇବାରେ ସଫଳ ହୋଇଛି । ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରି ଭାରତ ସମଗ୍ର ବିଶ୍ୱରେ ଏକ ଇତିହାସ ରଚିଛି । କାରଣ ଭାରତର ଚନ୍ଦଯାନ-3 ଚନ୍ଦ୍ରରେ ଅବତରଣ କରୁଥିବା ଦକ୍ଷିଣ ମେରୁରେ ଦୁନିଆର କୌଣସି ଦେଶ ପହଞ୍ଚି ପାରି ନାହାଁନ୍ତି । ତେଣୁ ଭାରତ ହେଉଛି ପ୍ରଥମ ଦେଶ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ।












Click it and Unblock the Notifications