ଲଞ୍ଚ ହେଲା ଚନ୍ଦ୍ରଯାନ-୩; ଭାରତ ରଚିଲା ନୂଆ ଇତିହାସ
ଦିଲ୍ଲୀ: ଲଞ୍ଚ ହେଲା ଚନ୍ଦ୍ରଯାନ-୩। । ୩ ବର୍ଷ ୧୧ ମାସ ୨୩ ଦିନ ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କଲା ଇସ୍ରୋ। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ଦିନ ୨ଟା ୩୫ ମିନିଟରେ ଜହ୍ନ ରାଇଜକୁ ଉଡାଣ ଭରିଲା ଚନ୍ଦ୍ରଯାନ-୩।
ଅଗଷ୍ଟ ୨୩-୨୪ ରେ, ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ବିକ୍ରମ ଲାଣ୍ଡରର ଯଦି ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରାଯିବ , ତେବେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇ ଦକ୍ଷିଣ ମେରୁରେ ପହଞ୍ଚିବ। ଏଥି ସହ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ ।

ଭୂପୃଷ୍ଠ ଛାଡିବାର ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାର ନିର୍ଦ୍ଧାରିତ ପ୍ରାରମ୍ଭିତ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩ । ୬୧୫ କୋଟି ବଜେଟରେ ନିର୍ମିତ ଏହି ମିଶନ୍ । ୫୦ ଦିନର ଯାତ୍ରା ପରେ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ନିକଟରେ ଲ୍ୟାଣ୍ଡିଙ୍ଗ କରିବ ।
ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା ।
ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ । ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।












Click it and Unblock the Notifications