ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବ ଭାରତ,ଉତକ୍ଷେପଣ ହେବ ଚନ୍ଦ୍ରୟାନ-3

Chandrayaan 3 :ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବା ପାଇଁ ଯାଉଛି ଭାରତ । ଜୁଲାଇ ୧୪ ଅପରାହ୍ନ ୨ ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଚନ୍ଦ୍ରୟାନ-3 ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଏଲଭିଏମ-୩ ରକେଟ୍ ମହାକାଶକୁ ପ୍ରେରଣ କରାଯିବ । ସାରା ବିଶ୍ୱର ନଜର ଆଜି ଏହା ଉପରେ ରହିଛି ।

ଆଜି ଦିନ ୨ ଟା ୩୫ରେ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ LVM3-M4 । ୪୩.୫ ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ତ ଲଞ୍ଚ୍ ଭେହିକିଲ୍ ମାର୍କ-ଥ୍ରୀର ଏହା ଚତୁର୍ଥ ମିଶନ୍ । ତେବେ ଭୂପୃଷ୍ଠ ଛାଡିବାର ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାର ନିର୍ଦ୍ଧାରିତ ପ୍ରାରମ୍ଭିତ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-3 । ISRO ଅନୁଯାୟୀ, ଚନ୍ଦ୍ରାୟନ -3 ଲଞ୍ଚ ହେବାର 45 ରୁ 50 ଦିନ ପରେ ଅବତରଣ ପାଇଁ ପ୍ରସ୍ତୁତ ହେବ । ଏହି ମିଶନ୍ 10ଟି ପର୍ଯ୍ୟାୟରେ ସମାପ୍ତ ହେବ । ଅଗଷ୍ଟ ୨୩ରେ ପ୍ରାୟ ଚନ୍ଦ୍ରାୟନ -3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ସୂଚନା ରହିଛି ।

Chandrayaan 3

ଏଥର ଚନ୍ଦ୍ରାୟନ -3 ସଫ୍ଚ ଲ୍ୟାଣ୍ତିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯାନରେ ଅଧିକ ଇନ୍ଧନ ରଖାଯାଇଛି । ସମସ୍ତ ପ୍ରକାର ବୈଷୟିତ ତ୍ରୁଟି ପାଇଁ ବ୍ୟାକଅପ୍ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ଅଛି ବୋଲି ସୂଚନା ରହିଛି ।

ସୂଚନାଥାଉ ଯେ, ଚନ୍ଦ୍ରୟାନ 3ର ଅଧିକାଂଶ ଉପକରଣ ଓଡ଼ିଶାରେ ତିଆରି ହୋଇଛି । ଲ୍ୟାଣ୍ଡର୍, ରୋଭର ଏବଂ ମହାକାଶଯାନର ପ୍ରମୁଖ ଉପାଦାନ ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର୍ (CTTC) ରେ ପ୍ରସ୍ତୁତ କରାଯାଇଛି । ପ୍ରଶିକ୍ଷଣ କେନ୍ଦ୍ରର 100 ରୁ ଅଧିକ ଟେକ୍ନିସିଆନ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରି ଏଥିରେ ଗୁରୁତ୍ୱ ଭୂମିକା ଗ୍ରହଣ କରିଛନ୍ତି ।

୨୦୧୯ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-2 ପ୍ରେରଣ କରାଯାଇଥିଲା । ହେଲେ ଚନ୍ଦ୍ରଯାନ-2 ଲ୍ୟାଣ୍ତ କରିବାର କିଛି ମିନିଟ ମଧ୍ୟରେ ଇସ୍ରୋର ଯୋଗାଯୋଗ ବିଚ୍ଚିନ୍ନ ହୋଇଥିଲା । ଲ୍ୟାଣ୍ତିଂ ସମୟରେ ଅଧିକ ବେଗ ଥିବାରୁ ସଫ୍ଚ ଲ୍ୟାଣ୍ତିଂ ହୋଇପାରି ନଥିଲା । ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ତିଂ ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+