Chandrayaan 3:ଚନ୍ଦ୍ରାୟଣ -3ର ସଫଳତା ପାଇଁ ପୂଜାର୍ଚ୍ଚନା କଲେ ISRO ମୁଖ୍ୟ
Chandrayaan 3 Launch Today: ଭାରତର ତୃତୀୟ ଚନ୍ଦ୍ର ମିଶନ,ଚନ୍ଦ୍ରାୟଣ -3 ଆଉ କିଛି ସମୟ ମଧ୍ୟରେ ପ୍ରେରଣ କରିବ ଭାରତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଡି ଦିନ ୨ ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରାୟଣ -3 । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନର ମୁଖ୍ୟ ଏସ. ସୋମନାଥ 'ଚନ୍ଦ୍ରାୟଣ -3' ମିଶନ ଲଞ୍ଚ ହେବାର ଗୋଟିଏ ଦିନ ପୂର୍ବରୁ ଜୁଲାଇ 13 ଗୁରୁବାର ଦିନ ସୁଲୁରପେଟାର ଶ୍ରୀ ଚେଙ୍ଗାଲାମା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ 'ଚନ୍ଦ୍ରାୟଣ -3' ଆଜି ଅପରାହ୍ନ ୨ ଟା ୩୫ରେ ଉତକ୍ଷେପଣ ହେବ । ପୂଜାର୍ଚ୍ଚନା କରିବା ପରେ ଏସ.ସୋମନାଥ କହିଛନ୍ତି, 'ଏହି ମିଶନର ସଫଳତା ପାଇଁ ମୁଁ ଚେଙ୍ଗାଲାମା ଦେବୀଙ୍କ ନିକଟରେ ପ୍ରାର୍ଥନା କରିବାକୁ ଏବଂ ତାଙ୍କ ଆଶୀର୍ବାଦ ପାଇବାକୁ ଆସିଛି' ।

'ଚନ୍ଦ୍ରାୟଣ -3' ଅଗଷ୍ଟ 23 ରେ ଚନ୍ଦ୍ରରେ ଅବତରଣ କରିବ!
ମହାକାଶ ବିଭାଗର ସଚିବ ତଥା ଚେୟାରମ୍ୟାନ୍ ଏସ୍ ସୋମନାଥଙ୍କ ସୂଚନା ଅନୁସାରେ, 'ଚନ୍ଦ୍ରାୟଣ -3' ଜୁଲାଇ ୧୪ ଶୁକ୍ରବାର ଦିନ ଅପରାହ୍ନ ୨:୩୫ରେ ଲଞ୍ଚ ହେବ। ଆମେ ଆଶା କରୁଛୁ ସବୁକିଛି ରହିବ ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରରେ 'ଚନ୍ଦ୍ରାୟଣ -3' ଅବତରଣ କରିବ ।
'ଚନ୍ଦ୍ରାୟଣ -1' ମିଶନ ସଫଳ ହୋଇଥିଲା
'ଚନ୍ଦ୍ରାୟଣ -1' ମିଶନକୁ ନେଇ ISRO ମୁଖ୍ୟ କହିଛନ୍ତି, ଏହା ଏକ 'ସୁପରହିଟ୍ ମିଶନ୍' ଥିଲା । ଏଥିରେ ଚନ୍ଦ୍ରରେ ଜଳ ଆବିଷ୍କାର ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ।












Click it and Unblock the Notifications