ଚନ୍ଦ୍ରାୟଣ -୩ ସଫଳତା ପାଇଁ ପୂଜାର୍ଚ୍ଚନା, ତିରୁପତି ମନ୍ଦିରରେ ପହଞ୍ଚିଲେ ଇସ୍ରୋ ବୈଜ୍ଞାନିକ

Chandrayaan 3: ଆସନ୍ତାକାଲି ସାରା ଦେଶ ପାଇଁ ଏକ ଐତିହାସିକ ଦିନ । ଜୁଲାଇ ୧୪ ତାରିଖ ଦିନ ୨ ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରାୟଣ -3 ଯେଉଁଥି ପାଇଁ ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଚନ୍ଦ୍ର ପାଇଁ ଏହା ହେଉଛି ଭାରତର ତୃତୀୟ ମିଶନ, ଯେଉଁଥି ପାଇଁ ଦୀର୍ଘ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ISROର ବୈଜ୍ଞାନିକମାନେ । ଲଞ୍ଚ ପୂର୍ବରୁ ଆଜି ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚଲାପଥି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ ।

isro

ISROର ଉଭୟ ମହିଳା ଏବଂ ପୁରୁଷ ବୈଜ୍ଞାନିକ ତିରୁପତି ଭେଙ୍କଟଚଲାପଥି ମନ୍ଦିରରେ ଦର୍ଶକ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେ ନିଜ ସାଥିରେ ଚନ୍ଦ୍ରାୟଣ -୩ର ଏକ ଛୋଟ ମଡେଲ ନେଇ ମନ୍ଦିରକୁ ଯାଇଥିବାର ଦେଖିବା ପାଇଁ ମିଳିଥିଲା । ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

କେତେ ବେଳେ ହେବ ଲଞ୍ଚ
ଚନ୍ଦ୍ରାୟଣ -3 ମିଶନ ଶ୍ରୀହରିକୋଟା ଠାରେ 14 ଜୁଲାଇ 2023 ରେ ଅପରାହ୍ନ 2.35ରେ ଉଦକ୍ଷେପଣ ହେବ । ଆଜି ଦିନ ଗୋଟାଏରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟଣ ସଫ୍ଟ ଲ୍ୟାଣ୍ତିଂ କରିବ ବୋଲି ଆଶା ରଖିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଯଦି ଚନ୍ଦ୍ରୟାଣର ସଫଲ ଲ୍ୟାଣ୍ତିଂ ହେଉଛି ତେବେ ଏପରି କରିବାରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+