ଚନ୍ଦ୍ରଯାନର-3ର ସଫଳତା: ଖୁସିରେ ନାଚିଲେ ଇସ୍ରୋ ମୁଖ୍ୟ
ISRO Chief Chandrayaan 3: ଚନ୍ଦ୍ରପୃଷ୍ଟରେ ସଫଳ ଅବତରଣ ପରେ ସାରା ଦେଶର ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ସବୁଠି କରାଯାଉଛି ସେଲିବ୍ରେସନ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପହଞ୍ଚିଛି । କହିବା ପାଇଁ ଗଲେ ଏହି ସଫଳତା ପରେ ସମଗ୍ର ଭାରତବାସୀଙ୍କ ସୂପ୍ନ ପୂରଣ ହୋଇଛି । ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ତିଂ ପରେ ISRO ମୁଖ୍ୟାଳୟରେ ସେଲିବ୍ରେସନ କରାଯାଇଛି ।
ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖୁସିର ଦିନ । ପୁରା ଇସ୍ରୋ ଟିମ ମଧ୍ୟ ଏହି ଦିନକୁ ଖାସ ଅନ୍ଦାଜରେ ସେଲିବ୍ରେଟ କରିଛି । ଚନ୍ଦ୍ରଯାନ-3 ଅବତରଣ କରିବା ପରେ ଇସ୍ରୋ ଅଫିସ କରତାଳିରେ ପ୍ରକମ୍ପିତ ହୋଇ ଉଠିଥିଲା । ବର୍ତ୍ତମାନ ଇସ୍ରୋର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚନ୍ଦ୍ରାୟଣ -3ର ସଫଳତା ପରଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ISRO ମୁଖ୍ୟ ନାଚୁଥିବାର ନଜର ଆସୁଛନ୍ତି । ଏହି ଡ୍ୟାନ୍ସ ଭିଡିଓ X (ଟ୍ୱିଟର)ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସେୟାର କରି ଲୋକେ ସୋସିଆଲ ମିଡିଆରେ ISRO କୁ ଅଭିନନ୍ଦନ ଜଣାଉଛନ୍ତି ।

ଅନ୍ୟପକ୍ଷରେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ନିଜ ବକ୍ତବ୍ୟ ରଖି ପୁରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ଇସ୍ରୋ ପରିବାରକୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସାରେ ପୋତି ପକାଇଛନ୍ତି ମୋଦୀ । ଏହା ସହ ଇସ୍ରୋ ମୁଖ୍ୟଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Dr. S. Somanath & team #isro...
Celebrate and dance your hearts out tonight ❤️❤️🇮🇳🇮🇳🚀🚀🌕🌕
How many ppl in the world have the power & knowledge to make 1.4+bn hearts swell with pride & joy! #Chandrayaan3 #Chandrayaan3Landing #Chandrayaan3Mission #india #space #tech pic.twitter.com/gyIOgZaqbs
— Sidharth.M.P (@sdhrthmp) August 23, 2023
ଏଥିସହିତ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି, ସେ କହିଛନ୍ତି ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ତିଂ ପରେ ଏବେ ଭାରତର ଲକ୍ଷ୍ୟ ରହିବ ସୂର୍ଯ୍ୟ ଓ ଶୁକ୍ର । ଆଗାମୀ ଦିନରେ ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଆଦିତ୍ୟ-ଏନ୍ ୱାନ୍ ମିଶନ ଜରିଆରେ ସୂର୍ଯ୍ୟ
ସମ୍ପର୍କରେ ଗବେଷଣା କରାଯିବ । ଏହାପରେ ଶୁକ୍ର ଗ୍ରହ ଉପରେ ମଧ୍ୟ ଆରମ୍ଭ ହେବା ଅଭିଯାନ ।












Click it and Unblock the Notifications