କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩; ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟରରେ ସେଲିବ୍ରେସନ

ନୂଆଦିଲ୍ଲୀ: କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩। କକ୍ଷପଥରେ ପହଞ୍ଚିବା ପରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟରରେ ସେଲିବ୍ରେସନ ଦେଖିବାକୁ ମିଳିଛି। କକ୍ଷପଥରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ISRO ରେ ଖୁସି। ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି ବିରମୁଥୁବେଲ ଏବଂ ଆଇଏସଆରଓ ମୁଖ୍ୟ ଏସ ସୋମନାଥଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା।

ISRO କହିଛି ଯେ ଚନ୍ଦ୍ରଯାନ-3 ଏହାର ସଠିକ୍ କକ୍ଷପଥରେ ଚନ୍ଦ୍ର ଆଡକୁ ଯାତ୍ରା ଆରମ୍ଭ କରିଛି। ମହାକାଶଯାନ ସ୍ୱାସ୍ଥ୍ୟ ସ୍ୱାଭାବିକ। ବର୍ତ୍ତମାନ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିବା ପାଇଁ କକ୍ଷପଥରେ ସ୍ଥାନିତ ହୋଇଛି ।

CHANDRAYAAN 3

ପ୍ରଧାନମନ୍ତ୍ରୀ ଏନେଇ ଶୁଭେଚ୍ଛା ଜଣାଇଛନ୍ତି। ଚନ୍ଦ୍ରଯାନ -3 ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅଭିଳାଷକୁ ଉଚ୍ଚ କରି ଉଡ଼ୁଛି । ଏହି ମହତ୍ତ୍ଵପୂର୍ଣ୍ଣ ସଫଳତା ଆମର ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ସାକ୍ଷୀ । ମୁଁ ତାଙ୍କ ଆତ୍ମା ଏବଂ ପ୍ରତିଭାକୁ ନମସ୍କାର କରୁଛି।

ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା ।

ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ ।ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+