ବଢ଼ି ଚାଲିଛି ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପତ୍ତି, ୫ ବର୍ଷରେ ୩୯ ପ୍ରତିଶତ ସମ୍ପତ୍ତି ବୃଦ୍ଧି

ବଢୁଛି ଚନ୍ଦ୍ର ବାବୁ ନାଇଡୁଙ୍କ ସମ୍ପତ୍ତି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନିର୍ବାଚନ ଆୟୋଗରେ ନିଜ ନାମାଙ୍କନ ଦାଖଲ କରିବା ସମୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ଏହି ତାଲିକା ଅନୁସାରେ ଗତ ୫ ବର୍ଷରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ୩୯ ପ୍ରତିଶତ ବୃଦ୍ଧି ହୋଇଛି । ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ଭୁବନେଶ୍ୱରୀଙ୍କ ପାଖରେ ସୁନା , ରୂପା ସହ ୩ କୋଟି ଟଙ୍କାର ଧାତୁ ଅଳଙ୍କାର ରହିଛି ।

Chandrababu
,
ଦାଖଲ ହୋଇଥିବା ସମ୍ପତ୍ତି ତାଲିକା ଅନୁସାରେ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ୨୦୧୯ରେ ୬୬୮ କୋଟର ସମ୍ପତ୍ତି ଥିବାବେଳେ ୨୦୨୪ରେ ତାଙ୍କ ସମ୍ପତ୍ତି ୩୯ ପ୍ରତିଶତ ବଢିଛି । ଅର୍ଥାତ ଏହା ୯୩୧ କୋଟିରେ ପହଞ୍ଚିଛି । ତାଙ୍କ ଅଚଳ ସମ୍ପତ୍ତି ଗୁଡିକ ହାଇଦ୍ରାବାଦ ସହ ତାମିଲନାଡୁ ଓ ଚିତ୍ତୁରରେ ରହିଛି ।

ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ୨୪ଟି ଅପରାଧିକ ମାମଲା ରହିଛି । ତାଙ୍କ ବିରୋଧରେ ଅମରାବତୀ ଜମି ଦୁର୍ନୀତି, ଫାଇବରନେଟ୍ ଦୁର୍ନୀତି, କୌଶଲ ବିକାଶ ଦୁର୍ନୀତି ପରି ଗୁରୁତର ମାମଲା ରହିଛି ।
ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ପବନ କଲ୍ୟାଣଙ୍କ ନେତୃତ୍ୱାଧିନ ଜନସେନା ପାର୍ଟି ମେଣ୍ଟ ଥିଲା । କିନ୍ତୁ ପରେ ବିଜେପି ଆସି ଏଣ୍ଟ୍ରି କଲା । ଆନ୍ଧ୍ରରେ ମୋଟ ୧୭ଟି ଲୋକସଭା ଆସନରୁ ୬ଟି ଆସନରେ ବିଜେପିି ଲଢୁଥିବାବେଳେ ୨ଟି ଆସନରେ ଜନସେନା ପାର୍ଟି ଓ ବାକିରେ ଟିଡିପି ଲଢୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+