NDAକୁ ନେଇ ବଡ କଥା କହିଲେ ଚନ୍ଦ୍ରବାବୁ ନାଇଡୁ
ତେଲୁଗୁ ଦେଶମ ପାର୍ଟି(ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବୁଧବାର କହିଛନ୍ତି, ତାଙ୍କ ଦଳ ଏନଡିଏ ସହିତ ଅଛି ଏବଂ ଆଜି ଦିନରେ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସେ ଯୋଗ ଦେବେ।

ଏଥିସହ ଜନସେନା ପାର୍ଟିର ପ୍ରମୁଖ ପଓ୍ବନ କଲ୍ୟାଣ ମଧ୍ୟ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସାମିଲ ହେବେ। ଅନ୍ୟପଟେ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
ଦିଲ୍ଲୀରେ ପହଞ୍ଚି ନୀତୀଶ କହିଛନ୍ତି ଏନଡିଏ ହିଁ ସରକାର ଗଢିବ।
ଯେତେବେଳେ ନାଇଡୁଙ୍କୁ ଖବରଦାତା ମାନେ ପ୍ରଶ୍ନ ପଚାରିଲେ, ନାଇଡୁ କହିଛନ୍ତି, ଚିନ୍ତା କରନ୍ତୁ ନାହିଁ। ମୁଁ ଏହି ଦେଶରେ ବହୁତ ରାଜନୀତି ବଦଳିବାର ଦେଖିଛି। ମୁଁ ଏନଡିଏ ସହିତ ଅଛି। ନୂଆଦିଲ୍ଲୀରୁ ଫେରିବା ପରେ ମୁଁ ସବୁ ସୂଚନା ଦେବି ବୋଲି ନାଇଡୁ କହିଛନ୍ତି।












Click it and Unblock the Notifications