Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରବାବୁ ନାଇଡୁଙ୍କ ସାଂଘାତିକ ଅଭିଯୋଗ, ‘ତିରୁପତି ମନ୍ଦିରର ଲଡୁରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବି’

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଆଶ୍ଚର୍ଯ୍ୟଜନକ ଦାବି ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ସେ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରିରେ ଖରାପ ଜିନିଷ ଏବଂ ପଶୁମାନଙ୍କ ଚର୍ବି ବ୍ୟବହାର ହେବାର ଅଭିଯୋଗ ଆଣିଥିଲେ।

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି। କେବଳ ସେତିକି ନୁହେଁ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ। ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଆନ୍ଧ୍ରର ପୂର୍ବତନ ୱାଇଏସ୍‌ଆର ସରକାରଙ୍କ ଉପରେ ସେ ଏପରି ସାଂଘାତିକ ଅଭିଯୋଗ ଆଣି ପ୍ରବଳ ବର୍ଷିଛନ୍ତି।

Chandrababu Naidu

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ରାଜ୍ୟରେ ଜଗନ ସରକାର ଥିବା ବେଳେ ମନ୍ଦିର ପ୍ରସାଦରେ ନିମ୍ନମାନର ସାମଗ୍ରୀ ସାଙ୍ଗକୁ ପଶୁ ଚର୍ବି ମିଶା ଯାଉଥିବା ଜାଣିବାକୁ ପାଇଥିଲି । ଏହା ମୋତେ ଚକିତ କରିଥିଲା । ଏହି ମନ୍ଦିର ଉପରେ କୋଟି କୋଟି ଭକ୍ତ ଆସ୍ଥା ପ୍ରକଟ କରୁଥିବା ବେଳେ ଏପରି କରିବା ନିମନ୍ତେ ସେ ଲଜ୍ଜାବୋଧ କରିବା ଉଚିତ ଥିଲା ।

ଏନଡିଏ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡୁ ପ୍ରସାଦ ରୂପେ ଲଗା ଯାଇଥାଏ । ଗତ ସରକାର ଅମଳରେ ଏହି ଲଡୁକୁ ଘିଅ ବଦଳରେ ପଶୁ ଚର୍ବିରେ ତିଆରି କରାଯାଉଥିଲା । ଏହି ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ ଉପରେ ନ୍ୟସ୍ତ । ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି, ଏବେ କିନ୍ତୁ ତିରୁପତି ଲଡୁ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି । ଫଳରେ ଏହାର ମାନରେ ପରିବର୍ତ୍ତନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+