ପୂଜା ପେଣ୍ଡାଲରେ ଇଂରାଜୀରେ ଚଣ୍ଡୀପାଠ, ଭିଡିଓ ଭାଇରାଲ
କୁଦଘାଟ ପୂଜା କମିଟି ପ୍ରଗତି ସଂଘ ଗତ 25 ତାରିଖ ମହାଳୟା ଦିନ ଇଂରାଜୀରେ ଚଣ୍ଡିପାଠ କରାଇଛନ୍ତି। ଏହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହବା ପରେ ଏବେ ଖୁବ ଚର୍ଚ୍ଚା ହେଉଛି।
କୋଲକାତା: ଚାଲିଛି ପାର୍ବଣ ଋତୁ । ସାରାଦେଶରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗ । ତେବେ ପୂଜାରେ ସବୁଠୁ ଆକର୍ଷଣୀୟ ହେଉଛି ପେଣ୍ଡାଲ। ଯାହାକୁ ଭିନ୍ନ ଭିନ୍ନ ଥିମରେ ସଜାଯାଏ। ଏଥର ମଧ୍ୟ କୋଲକାତାର ଦୁର୍ଗାପୂଜା ପେଣ୍ଡାଲ ବିଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ତେବେ ଏହି ଅବସରରେ କୋଲକାତାର ଏକ ପୂଜା ମଣ୍ଡପର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

This #DurgaPuja club in #Kolkata translated legendary #Bengali narration of Chandipath to English for larger global audience. Outcome is hilarious. Can #English ever replace the richness of our language,do justice to the quintessential emotion that is evoked only in our language? pic.twitter.com/kfFBZrDSGh
— Tamal Saha (@Tamal0401) September 27, 2022
ଏହି ଭିଡିଓକୁ ଦିନକରେ 33 ହଜାରରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ 5ଶହରୁ ଅଧିକ ଲାଇକ୍ ମିଳିସାରିଛି। ହିନ୍ଦୁ ପୌରାଣିକ କଥା ଅନୁସାରେ ମହାଳୟା ଅବସରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କ ରଚନା କରିଥିଲେ। ସେହିପରି ମହାଳୟା ପିତୃପକ୍ଷ ଅର୍ଥାତ ସର୍ବ ପିତ୍ରୁ ଅମାବାସ୍ୟାର ଶେଷ ଦିନ ମନେ କରାଯାଏ। ଏଣୁ ଏହି ଦିନ ଦେବୀ ଦୁର୍ଗାଙ୍କ ପରମ ଶକ୍ତିର ଆବାହନ ନିମନ୍ତେ ଚଣ୍ଡୀପାଠ କରାଯାଏ। ସାଧାରଣତଃ ଏହାକୁ ବଙ୍ଗଳାରେ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ଇଂରାଜୀରେ କରାଯାଇଛି।












Click it and Unblock the Notifications