ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଏମଏମଏସ ଲିକ ଘଟଣା: 6 ଦିନ କ୍ଲାସ ବନ୍ଦ, 2 ୱାର୍ଡେନ ନିଲମ୍ବିତ
ଏଭଳି ଲଜ୍ଜାଜନକ ଘଟଣା ପରେ ଗର୍ଲ୍ସ ହଷ୍ଟେଲର 2 ଜଣ ୱାର୍ଡେନଙ୍କୁ ନିଲମ୍ବିତ କରାଯାଇଛି ।
ଚଣ୍ଡିଗଡ: ପଞ୍ଜାବର ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲର ଏକାଧିକ ଛାତ୍ରୀଙ୍କ ଏମଏମଏସ ଭାଇରାଲ ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ । ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହିତ ତଦନ୍ତ ଆରମ୍ଭ କରିବ ଏସଆଇଟି । ଘଟଣାକୁ ନେଇ ରବିବାର ଶିମଲାରୁ ସମ୍ପୃକ୍ତ ଯୁବତୀଙ୍କ ବଏ ଫ୍ରେଣ୍ଡକୁ ଗିରଫ କରାଯାଇଥିଲା । ତେବେ ଆଜିଠୁ ଆସନ୍ତା 24 ତାରିଖ ଯାଏ 6 ଦିନ ପାଇଁ ବିଶ୍ବ ବିଦ୍ୟାଳୟର ସମସ୍ତ କ୍ଲାସକୁ ବାତିଲ କରାଯାଇଛି ।

ଭିଡିଓ ଲିକ ଘଟଣା ଜାଣିବା ପରେ ବିଦ୍ୟାର୍ଥୀ ମାନେ ଅଧା ରାତିରେ ବିକ୍ଷୋଭ କରିବା ଆରମ୍ଭ କରିଥିଲେ । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା। ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ବନ୍ଦ କରିଥିଲେ ।












Click it and Unblock the Notifications