ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ

ଚଣ୍ଡିଗଡ଼: ଚଣ୍ଡିଗଡର ଏକ ମେଣ୍ଟାଲ ହସ୍ପିଟାଲକୁ ବମ୍‌ରେ ଉଡାଇଦେବାକୁ ଧମକ ମିଳିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲ ଏବଂ ତାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି । ଚଣ୍ଡିଗଡର ସେକ୍ଟର ୩୨ରେ ଥିବା ଏହି ହସ୍ପିଟାଲକୁ ମେଲ୍ ଜରିଆରେ ଧମକ ମିଳିଛି ।

ଏବଂ ସେଥିରେ ଉଲ୍ଲେଖ ରହିଛି ଯେ , କିଛି ସମୟ ମଧ୍ୟରେ ଏହି ହସ୍ପିଟାଲକୁ ବମରେ ଉଡାଇ ଦିଆଯିବ । ଏହି ଧମକ ମିଳିବା ପରେ ହସ୍ପିଟାଲ୍ ଏବଂ ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି । ଚଣ୍ଡିଗଡ ପୋଲିସ, ଯବାନ ଏବଂ ଅଗ୍ନିସମ ବାହିନୀ ଆସି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଚଣ୍ଡିଗଡର ସେକ୍ଟର ୩୨ରେ ଏହି ସରକାରୀ ମେଣ୍ଟାଲ୍ ହସ୍ପିଟାଲ୍ ରହିଛି ।

bomb threat

ଏହି ହସ୍ପିଟାଲକୁ ବମ୍ ସାହାଯ୍ୟରେ ଉଡାଇଦେବାକୁ ମେଲ୍ ଜରିଆରେ ଧମକ ଆସିଛି । ମେଲରେ ଲେଖାଯାଇଛି, କିଛି ସମୟ ଭିତରେ ମେଣ୍ଟାଲ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ବୋମାରେ ଉଡ଼ାଇ ଦିଆଯିବ । ଧମକ ଭରା ମେଲ୍ ପାଇବା ପରେ ଘଟଣାସ୍ଥଳରେ ଚଣ୍ଡିଗଡ ପୋଲିସର ସିନିୟର ଅଧିକାରୀ, ଅପରେସନ୍ ସେଲ ଟିମ୍‌, ଉଦ୍ଧାରକାରୀ ଟିମ୍‌, କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଯବାନ ଆସି ପହଞ୍ଚିଛନ୍ତି ।

ଏହି ଅଞ୍ଚଳରେ ସ୍କୁଲ, କଲେଜ୍ ରହିଛି ଅନେକ ଦୋକାନବଜାର ରହିଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରସ୍ତ ଅଞ୍ଚଳକୁ ଖାଲି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+