Get Updates
Get notified of breaking news, exclusive insights, and must-see stories!

ଚଣ୍ଡୀଗଡ଼ ମେୟର ନିର୍ବାଚନ: ଆପ ପ୍ରାର୍ଥୀ ହେବେ ମେୟର, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଧେଶ

Chandigarh Mayor Election: ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ଲାଗିରହିଥିବା ବିବାଦର ହୋଇଛି ଅନ୍ତ । ୨୦ ଫେବ୍ରୁଆରୀ ୨୦୨୪ରେ ଏକ ବଡ ନିଷ୍ପତ୍ତି ଦେଇ ସୁପ୍ରିମକୋର୍ଟ AAP ପକ୍ଷରୁ ନିର୍ବାଚନ ଲଢୁଥିବା କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ର ମେୟର ଭାବେ ଘୋଷଣା କରିଛନ୍ତି । ତେବେ ଏହାପରେ ଖୁବ୍ ଶୀଘ୍ର କୁଲଦୀପ ଚଣ୍ତିଗଡ଼ ମେୟର ଭାବେ ଶପଥ ନେବେ ।

କୁଲଦୀପ କୁମାର କହିଛନ୍ତି ଯେ, ତାଙ୍କର ବିଶ୍ୱାସ ଥିଲା ଯେ ସେ ନିଶ୍ଚିତ ଭାବରେ କୋର୍ଟରୁ ନ୍ୟାୟ ପାଇବେ। ସେ ଦିଲ୍ଲୀର ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ସିଏମ ଭଗବନ୍ତ ମନ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Chandigarh Mayor Election

କୁଲଦୀପ କୁମାର ଆହୁରି କହିଛନ୍ତି, "ସତ୍ୟ ବିଚଳିତ କରିପାରେ କିନ୍ତୁ ଏହାକୁ ଚାପି ଦିଆଯାଇପାରିବ ନାହିଁ। ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦ୍ୱାରା ଏହା ସ୍ପଷ୍ଟ ହୋଇଛି । କିଛି ଲୋକ ଗଣତନ୍ତ୍ରର ହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ହେଲେ ଭାରତରେ ଗଣତନ୍ତ୍ରକୁ ଜୀବତ ରଖିବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି ଏବଂ ଏହି ନିଷ୍ପତ୍ତିକୁ ବହୁତ ସମ୍ମାନ କରେ। "

ରିଟର୍ନିଂ ଅଫିସର ଅନିଲ ମାସିହଙ୍କ ଆଚରଣ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ କୁଲଦୀପ କୁମାର କହିଛନ୍ତି, "ନିରପେକ୍ଷ ନିର୍ବାଚନ କରିବା ପରିବର୍ତ୍ତେ ସେ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ। ସେ ବିଜେପିର ଥିଲେ। ସେ ଭୁଲ କରିଥିଲେ ଏବଂ ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍ ଦିଆଯାଇଛି । ଏପରି ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ।

ସୂଚନାଥାଉ ଯେ, ଜାନୁଆରୀ ମାସରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ କୁଲଦୀପଙ୍କ ବିରୋଧରେ ବିଜେପି ମନୋଜ ସୋନକରଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଭୋଟ ପରେ ରିଟର୍ଣ୍ଣ ଅଫିସର ଅନୀଲ ମସିହ ଆପ୍‌ର ୮ କାଉନସିଲରଙ୍କ ଭୋଟ ନାକଚ କରି ବିଜେପି ପ୍ରାର୍ଥୀଙ୍କୁ ମେୟର ଘୋଷଣା କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଅନୀଲଙ୍କୁ ଦୋଷି ଘୋଷଣା କରିବା ସହ ନାକଚ କରିଥିବା ୮ ଭୋଟକୁ ବୈଧକ ଭବେ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+