ବଦଳିଲା ଚଣ୍ଡିଗଡ ବିମାନ ବନ୍ଦର ନାମ, ସହିଦ ଭଗତ ସିଂଙ୍କ ନାମରେ ହେଲା ନାମିତ
ଚଣ୍ଡିଗଡ ବିମାନ ବନ୍ଦରର ହେଲା ନାମ ପରିବର୍ତ୍ତନ । ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହୋଇଛି ଏହି ଅନ୍ତର୍ଜାତୀୟ ବିମାନବନ୍ଦର।
ନୂଆଦିଲ୍ଲୀ: ଚଣ୍ଡିଗଡ ବିମାନ ବନ୍ଦରର ହେଲା ନାମ ପରିବର୍ତ୍ତନ । ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହୋଇଛି ଏହି ଅନ୍ତର୍ଜାତୀୟ ବିମାନବନ୍ଦର। ଭଗତ ସିଂହଙ୍କ 115 ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଆଜି ବିମାନ ବନ୍ଦରର ନାଁ ପରିବର୍ତ୍ତନ କରାଯାଇଛି। ଆଜି ଠାରୁ ଲୋକେ ଆଜି ଠାରୁ ନୂଆ ନାମ ହିସାବରେ ଜାଣିବେ ।

ଚଣ୍ଡିଗଡ଼ ବିମାନ ବନ୍ଦର ନାମ ପରିବର୍ତ୍ତନ ନେଇ ଆପ୍ ମୁଖ୍ୟମନ୍ତ୍ରୀ ଭଗୱତ ସିଂହ ମାନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ଦୁଇ ରାଜ୍ୟର ସହମତି ହେବା ପରେ ଗତ ଥର ମନ୍ କି ବାତ୍ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ବିମାନ ବନ୍ଦରର ନୂତନ ନାଁ ସହ ହୋର୍ଡିଂ ଲଗାଇ ଲେଖାଯାଇଛି ସହିଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦର। ତିନୋଟି ଭାଷାରେ ବିମାନ ବନ୍ଦରର ନୂତନ ନାମ ଲେଖାଯାଇଛି ।












Click it and Unblock the Notifications