Get Updates
Get notified of breaking news, exclusive insights, and must-see stories!

CHANAKYA NITI: ଜୀବନରେ ସଫଳ ହେବାକୁ ଚାହୁଁଥିଲେ ମାନନ୍ତୁ ବିଦ୍ବାନ ଚାଣକ୍ୟଙ୍କ 7 ଉପାୟ

ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ତଥା ମୌର୍ଯ୍ୟ ଯୁଗର ସବୁଠୁ ପ୍ରସିଦ୍ଧ ବିଦ୍ବାନ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମାନବ ଜୀବନର ସହ ଜଡିତ ସମସ୍ୟା ଓ ଏହାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କର ନୀତିଗୁଡିକ ଆଜି ବି ସେତିକି ପ୍ରାସଙ୍ଗିକ ଯେତିକି ଶହ ଶହ ବର୍ଷ ପୂର୍ବେ ଥିଲା । ସେ ନିଜର ନୀତିଶାସ୍ତ୍ର 'ଚାଣକ୍ୟ ନୀତି'ରେ ମାନବ ଜୀବନ ସହ ଜଡିତ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି, ଯାହାକି ପ୍ରତ୍ୟେକ କାଳରେ ପ୍ରତ୍ୟେକ ବର୍ଗକୁ କିଛି ନା କିଛି ଶିଖିବାକୁ ସୁଯୋଗ ଦେଇଥାଏ । ଏହି ନୀତି ଅନୁସରଣ କଲେ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ।

ଚାଣକ୍ୟ ନୀତିରେ ଜୀବନର ପ୍ରତିଟି ଦିଗ ସମ୍ପର୍କରେ ଗଭୀର ଭାବେ ଉଲ୍ଲେଖ ରହିଛି । ତାଙ୍କ ଅନୁସାରେ, ସଫଳତା ପ୍ରାପ୍ତି ପାଇଁ କେବଳ କଠିନ ପରିଶ୍ରମ ଯଥେଷ୍ଟ ନୁହେଁ, ବରଂ କେତେକ ଗୁଣ ମଧ୍ୟ ରହିବା ଜରୁରୀ । ଚାଣକ୍ୟ ନୀତି ଅନୁସାରେ, ସଫଳତା ପାଇଁ ଜ୍ଞାନ, ପରିଶ୍ରମ, ଧୈର୍ଯ୍ୟ, ଅନୁଶାସନ, ସକରାତ୍ମକ ଭାବନା, ଉତ୍ତମ ସଙ୍ଗତ ଓ ଜ୍ଞାନର ଉଚିତ୍ ଉପଯୋଗ ଆବଶ୍ୟକ । ଏହିସବୁ ଗୁଣ ଜୀବନରେ ଗ୍ରହଣ କରି ଆପଣ ସଫଳତା ହାସଲ କରିପାରିବେ ।

CHANAKYA NITI

ସଂକଳ୍ପ ଓ ଉଦ୍ଦେଶ୍ୟ:

ସଫଳତାର ସିଢି ଚଢିବା ପାଇଁ ନିଜ ପାଖରେ ସବୁବେଳେ ଏକ ସ୍ପଷ୍ଟ ଓ ଦୃଢ ଉଦ୍ଦେଶ୍ୟ ରହିବା ଆବଶ୍ୟକ । ଚାଣକ୍ୟ କହିଛନ୍ତି, ବିନା ଉଦ୍ଦେଶ୍ୟରେ କୌଣସି ବି ପ୍ରୟାସରେ ସଫଳତା ପାଇବା କଷ୍ଟକର । ସ୍ପଷ୍ଟ ଲକ୍ଷ୍ୟ ଓ ଏଥିପାଇଁ ସଂକଳ୍ପବଦ୍ଧତା ଜରିଆରେ ଜୀବନରେ ସଫଳ ହୋଇପାରିବ ।

ପରିଶ୍ରମ ଓ ସମର୍ପଣ:

କଠିନ ପରିଶ୍ରମ ଓ ସମର୍ପଣ ସଫଳତାର ଚାବି କାଠି । ଚାଣକ୍ୟଙ୍କ ଅନୁସାରେ, କେବଳ ସ୍ବପ୍ନ ଦେଖିବା ଯଥେଷ୍ଟ ନୁହେଁ ବରଂ ନିଜ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଲଗାତାର ପରିଶ୍ରମ କରିବା ଆବଶ୍ୟକ । ଏପରି କରିପାରିଲେ ସଫଳତା ଆପଣଙ୍କ ପାଦ ଛୁଇଁବ ।

ଜ୍ଞାନ ଓ ଶିକ୍ଷା:

ଚାଣକ୍ୟ କହିଛନ୍ତି, ମଣିଷର ଜ୍ଞାନ ତା'ର ସବୁଠୁ ବଡ ଧନ । ବ୍ୟକ୍ତିଙ୍କୁ ସବୁବେଳେ ନିଜର କ୍ଷମତା ଓ ଜ୍ଞାନର ପରିସୀମା ବଢାଇବା ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ୍ । ଶିକ୍ଷା ଓ ପ୍ରଶିକ୍ଷଣ ମାଧ୍ୟମରେ ଯେକୌଣସି ବ୍ୟକ୍ତି ନିଜର ସ୍ଥିତି ବଦଳାଇପାରେ, ଜୀବନକୁ ନୂଆ ଦିଗ ଦେଇପାରେ ଓ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରେ ।

ଉଚିତ ମାର୍ଗଦର୍ଶନ ଓ ପରାମର୍ଶ:

ସଫଳତା ପାଇଁ ଉଚିତ୍ ମାଗଦର୍ଶନ ଓ ପରାମର୍ଶ ଜରୁରୀ ହୋଇଥାଏ । ଚାଣକ୍ୟ ଅନୁସାରେ ଜଣେ ଉତ୍ତମ ଗୁରୁଙ୍କ ସହ ଆପଣ ନିଜ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇପାରିବେ ।

ଧୈର୍ଯ୍ୟ ଓ ଆତ୍ମବିଶ୍ବାସ:

କାହାକୁ ରାତାରାତି ସଫଳତା ମିଳେନି । ଏଥିପାଇଁ ସମୟ ଲାଗିଥାଏ । ସବୁବେଳେ ଆଗକୁ ବଢିବା ପାଇଁ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ଆବଶ୍ୟକ ହୁଏ । ଚାଣକ୍ୟ ନୀତି ଅନୁସାରେ, ନିଜ ଅସଫଳତାକୁ କେବେ ଡରନ୍ତୁ ନାହିଁ । ଏହାକୁ ଶିଖିବାର ସୁଯୋଗ ଭାବେ ଗ୍ରହଣ କରନ୍ତୁ । ଅସଫଳତା ସଫଳତାର ଗୋଟିଏ ପାହାଚ ଅଟେ । ସବୁ ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ ।

ସମୟ ପରିଚାଳନା:

ସମୟର ସଠିକ୍ ଉପଯୋଗ ଓ ପରିଚାଳନା ସଫଳତା ଆଡକୁ ବାଟ କଢାଏ । ଚାଣକ୍ୟ ସମୟର ଗୁରୁତ୍ବ ବୁଝାଇ କହିଛନ୍ତି, ସମୟ ବର୍ବାଦ କରିବା ଦ୍ବାରା ସଫଳତାର ସମ୍ଭାବନା କମିଯାଏ । ତେଣୁ ନିଜ ସମୟର ଉଚିତ୍ ପରିଚାଳନା ଶିଖନ୍ତୁ ।

ନୈତିକତା ଓ ସତ୍ୟନିଷ୍ଠା:

ଚାଣକ୍ୟ ନୈତିକତା ଓ ସତ୍ୟନିଷ୍ଠାର ମହତ୍ତ୍ବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏକ ସଫଳ ବ୍ୟକ୍ତି ସଫଳତା ପ୍ରାପ୍ତି କରିବାକୁ ହେଲେ ନିଜର ନୀତି ଓ ନୈତିକ ମୂଲ୍ୟବୋଧ ପ୍ରତି ନିଷ୍ଠାବାନ ରହିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+