ହେମନ୍ତଙ୍କୁ ଗିରଫ କଲା ED, ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପାଇ ସୋରେନ୍
Jharkhand Politics: ୭ ଘଣ୍ଟା ଧରି ପଚରାଉଚରା ପରେ ସିଏମ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି । ଏବେ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା ତୀବ୍ର ହୋଇଛି । ସୂଚନାନୁସାରେ, ଶାସକ ଦଳର ବିଧାୟକମାନେ ଚମ୍ପାଇ ସୋରେନଙ୍କ ସପକ୍ଷରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନିକଟରେ ସମର୍ଥନ ପତ୍ର ଦାଖଲ କରିଛନ୍ତି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଚମ୍ପାଇ ସୋରେନ୍ ହେମନ୍ତ ସୋରେନଙ୍କ ସ୍ଥାନରେ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜେଏମଏମ ନେତା ରାଜେଶ ଠାକୁର କହିଛନ୍ତି ଯେ, ଚମ୍ପାଇ ସୋରେନଙ୍କ ନାମରେ ଏକ ସହମତି ପ୍ରକାଶ ପାଇଛି । ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ସିଏମ ନିବାସ, ରାଜ ଭବନ, ବିଜେପି କାର୍ଯ୍ୟାଳୟରେ ସୁରକ୍ଷା ବୃଦ୍ଧି କରାଯାଇଛି ।

ଇଡି ହେମନ୍ତ ସୋରେନଙ୍କୁ ପ୍ରାୟ ୭ ଘଣ୍ଟା ଧରି ସିଏମ ହାଉସରେ ଜେରା କରିଥିଲେ । ଏହା ପରେ ଇଡି ଅଧିକାରୀ ମାନେ ସିଏମ୍ ହେମନ୍ତ ସୋରେନଙ୍କୁ ଗିରଫ କରି ସାଙ୍ଗରେ ନେଇଛନ୍ତି ।












Click it and Unblock the Notifications