ବିଜେପିରେ ସାମିଲ ହେବା ଉପରେ ମୁହଁ ଖୋଲିଲେ ଚମ୍ପାଇ , ଜାଣନ୍ତୁ ସେ କଣ କହିଲେ ...
ରାଞ୍ଚି: ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍। ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ଗତକାଲି ସୂଚନା ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଥିଲେ । ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନ୍ଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି।

ଚମ୍ପାଇ ସୋରେନ୍ଙ୍କ ସମେତ ଜେଏମ୍ଏମ୍ରେ ଅନେକ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଆଉ ଏହିସବୁ ଭିତରେ ମୁହଁ ଖୋଲିଛନ୍ତି ଚମ୍ପାଇ ସୋରେନ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ମୁଁ ଭାଜପାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।
ଚମ୍ପାଇ କହିଛନ୍ତି , ମୁଁ ଅବସର ନେବାକୁ ଚିନ୍ତା କରୁଥିଲି, କିନ୍ତୁ ଜନସାଧାରଣଙ୍କ ଚାହିଦା ହେତୁ ମୁଁ ରାଜନୀତିରେ ଅଛି। ନିଜର ସଂଗଠନ ତିଆରି ପାଇଁ ସମୟ ଲାଗିଥାଏ। ମୁଁ ମୋର ମତ ପୂର୍ବରୁ ପ୍ରକାଶ କରିଥିଲି। ଚମ୍ପାଇଙ୍କ ବିଜେପିରେ ସାମିଲ ହେବା ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଏଥି ସହିତ ଚମ୍ପାଇ ସୋରେନଙ୍କୁ ଏକ ବଡ ଆଦିବାସୀ ନେତା ଭାବରେ ଦଳରେ ସାମିଲ କରିବାକୁ ବିଜେପି ଉତ୍ସାହିତ ଅଛି।
ସୁଚନାନୁସାରେ, ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍ଏମ୍ରେ ବିବାଦ ଦେଖାଦେଇଥିଲା।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications