ଝାଡ଼ଝଣ୍ଡ ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ; ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ
ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ୨୦୧୦ ସେପ୍ଟେମ୍ବର ୧୧ରୁ ୨୦୧୩ ଜାନୁଆରୀ ୧୮ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ। ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ କେତେ ଜଣ ଶପଥ ନେବେ ତାହା ସ୍ପଷ୍ଟ ହୋଇ ନାହିଁ। ଜାତୀୟ ସରବରାହ ସଂସ୍ଥା ଏଏଏନଆଇରୁ ଏହି ଖବର ମିଳିଛି । ରାଜ୍ୟପାଳଙ୍କୁ ସାକ୍ଷାତ କରି ଚମ୍ପାଇ ସୋରେନ ତାଙ୍କ ସମର୍ଥନରେ ୪୩ ବିଧାୟକ ରହିଥିବା ଦାବି କରିଥିଲେ ।












Click it and Unblock the Notifications