Get Updates
Get notified of breaking news, exclusive insights, and must-see stories!

ହେମନ୍ତଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି । ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ । ଏହା ସହ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ରାଞ୍ଚିର ରାଜ ଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

Champai Soren

ଜୁଲାଇ ୪ରେ ହେମନ୍ତ ସୋରେନ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଚମ୍ପଇ ସୋରେନ ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଚମ୍ପଇ ସୋରେନଙ୍କ ବ୍ୟତୀତ ଜେଏମଏମ ନେତା ବୈଦନାଥ ରାମ, ବାବି ଦେବୀ, ମିଥିଳେଶ ଠାକୁର, ଦୀପକ ବିରୁଆ ଏବଂ ହାଫିଜୁଲ ହସନ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସ ନେତା ରାମେଶ୍ୱର ଓରାୱଂ, ବନ୍ନା ଗୁପ୍ତା, ଇରଫାନ୍ ଅନସାରୀ, ଦୀପିକା ପାଣ୍ଡେ ସିଂ ଏବଂ ଆରଜେଡି ନେତା ସତ୍ୟନନ୍ଦ ଭୋକ୍ତା ମଧ୍ୟ କ୍ୟାବିନେଟରେ ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+