Get Updates
Get notified of breaking news, exclusive insights, and must-see stories!

ଜେଏମଏମରୁ ବାହାରିବା ଚର୍ଚ୍ଚା ଭିତରେ ପ୍ରକିକ୍ରିୟା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ...

ରାଞ୍ଚି : ଚଳିତ ବର୍ଷ ଶେଷ ସୁଦ୍ଧା ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ରାଜ୍ୟରେ ରାଜନୈତିକ ମାହୋଲ ହୋଇଛି ପୂରା ଉଷ୍ମ । ଏସବୁ ଭିତରେ ଏକ ଚର୍ଚ୍ଚା ଜୋର ଧରିଛି । ତାହା ହେଉଛି ଯେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ରାଗିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା।

ଜେଲରେ ରହିବା ପରେ ଚମ୍ପାଇ ସୋରେନଙ୍କୁ ରାଜ୍ୟର କମାଣ୍ଡ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ୫ ମାସ ପରେ, ଯେତେବେଳେ ହେମନ୍ତ ସୋରେନ ଜାମିନ ପାଇଥିଲେ ଏବଂ ବାହାରକୁ ଆସିଲେ, ସେ ପୁଣିଥରେ ସିଏମର ଆସନ ଦଖଲ କରିଥିଲେ ଏହାକୁ ନେଇ ଚମ୍ପାଇ ସୋରେନ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଛି।

Champai Soren

ଆଉ ଯେଉଁ କାରଣରୁ ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ଭିତରେ ସେ ମୁହଁ ଖୋଲିଛନ୍ତି। ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ସେ କହିଛନ୍ତି, କେଉଁ ଗୁଜବ ପ୍ରଚାର ହେଉଛି ସେ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ନାହିଁ।

ଗତ କିଛି ଦିନ ହେବ ଦିଲ୍ଲୀରେ ଭାଜପା ନେତାଙ୍କୁ ସେ ଭେଟିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଗୁଜବ ପ୍ରଚାର ହେଉଛି କି ନାହିଁ, ଏସବୁ ବିଷୟରେ ଆମକୁ କୌଣସି ସୂଚନା ନାହିଁ। ଭାଜପାରେ ଯୋଗଦେବା ନେଇ ସେ କହିଛନ୍ତି, ଯଦି ଆମେ ଏ ସମ୍ପର୍କରେ ଖବର ଜାଣି ନାହୁଁ ତେବେ ଆମେ କିପରି ସତର ମୂଲ୍ୟାଙ୍କନ କରିବୁ ଯେ ଏହା ସତ କି ମିଛ।

କୁହାଯାଉଛି ଯେ, ଚମ୍ପାଇ ସୋରେନଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମ ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି। ଚମ୍ପାଇ ଆହୁରି କହିଛନ୍ତି, ଆମେ ଯେଉଁଠାରେ ଅଛୁ, ସେଠାରେ ହିଁ ଅଛୁ। ଗୁଜବକୁ ଖାରଜ କରିବା ପ୍ରଶ୍ନରେ ସେ କହିଛନ୍ତି , ଆମେ ନିଜେ ଜାଣି ନାହୁଁ ଆମେ କେଉଁଠାକୁ ଯାଉଛୁ ଏବଂ କେଉଁଠାକୁ ଯାଉନାହୁଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+