Get Updates
Get notified of breaking news, exclusive insights, and must-see stories!

ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ହେମନ୍ତଙ୍କୁ ଦେବେ ଟକ୍କର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଚମ୍ପାଇ ଏବେ କ'ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବର୍ତ୍ତମାନ ତାଙ୍କ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି। ବିଜେପି ସହ ମେଣ୍ଟ କରିବା ପ୍ରଶ୍ନକୁ ନେଇ ସେ କହିଛନ୍ତି ରାଜନୈତିକ ଯାତ୍ରାରେ ବାଟରେ ଭଲ ବନ୍ଧୁ ମିଳିଲେ ଆମେ ତାଙ୍କ ସହିତ ମିଳିତ ମଧ୍ୟ ହେବୁ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ନୂଆ ଦଳ ଗଠନ ଘୋଷଣା କରି ଚମ୍ପାଇ କହିଛନ୍ତି ଯେ ମୁଁ ଅବସର ନେବି ନାହିଁ, ମୁଁ ଏକ ନୂଆ ଦଳ ଗଠନ କରିବି, ମୁଁ ନୂଆ ଦଳକୁ ମଜବୁତ କରିବି। ଅପେକ୍ଷା କରନ୍ତୁ, ଗୋଟିଏ ସପ୍ତାହ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ।ଅନ୍ୟପକ୍ଷରେ ଗାଁର ଆଦିବାସୀମାନେ କହିଛନ୍ତି ଯେ, ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀରୁ ବାଧ୍ୟ କରି କାଢ଼ି ଦିଅଯାଇଛି। ଚମ୍ପାଇଙ୍କ ଯୋଗୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଆଗକୁ ବଢ଼ିଛି।

Hemant amp amp champai

ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କ୍ଷତିର ସମ୍ମୁଖୀନ ହୋଇପାରେ। ଚମ୍ପାଇ ମୁଖ୍ୟମନ୍ତ୍ରୀ ହୋଇ ରହିବା ଉଚିତ୍‌। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି। ସେମାନେ କହିଛନ୍ତି, ସେ ନିଜ ଦଳ ଗଠନ କରନ୍ତୁ କିମ୍ବା ଭାଜପା ସହିତ ଯାଆନ୍ତୁ। ଆମେ ସମର୍ଥନ କରିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+