ବିଏସଏଫ ଉପରେ ବଡ଼ ଅଭିଯୋଗ ଲଗାଇଲେ ମମତା, କହିଲେ ଅନୁପ୍ରବେଶକାରୀଙ୍କୁ....

କୋଲକାତା: ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆଉ ଆଗକୁ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଅନୁପ୍ରବେଶ ପ୍ରସଙ୍ଗକୁ ରାଜନୀତିରେ ବ୍ୟବହାର କରୁଛି । ଏନେଇ ଅନେକ ତର୍କ ବିତର୍କ, ବୟାନବାଜୀ ମଧ୍ୟ ଶୁଣିବାକୁ ମିଳୁଛି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଦେଶରେ ବଢ଼ୁଥିବା ଅନୁପ୍ରବେଶକାରୀ ସଂଖ୍ୟା ପାଇଁ ସୀମା ସୁରକ୍ଷା ବଳ ଦାୟୀ ।

କେବଳ ସେତିକି ନୁହେଁ ପଶ୍ଚିମବଙ୍ଗରେ ଅସ୍ଥିରତା ଆଣିବାକୁ ବିଏସଏଫକୁ କେନ୍ଦ୍ର ସରକାର ମୋହରା କରିଥିବା ଭଳି ଅଭିଯୋଗ ମଧ୍ୟ ମମତା ଆଣିଛନ୍ତି । କେବଳ ମମତା ବାନାର୍ଜୀ ନୁହଁନ୍ତି ଟିଏମସି ସାଂସଦ ତଥା ମମତାଙ୍କ ପୁତୁରା ମଧ୍ୟ ବିଭିନ୍ନ ସମୟରେ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅର୍ଥାତ୍‌ ୨୦୨୬ ମସିହାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଏହି ବିବୃତ୍ତି ପରେ ନିର୍ବାଚନରେ ଉଭୟ ଦଳ ଟିଏମସି ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇପାରେ। ମମତା ବାନାର୍ଜୀଙ୍କ ଏହି ବିବୃତ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିର ଏକ ସପ୍ତାହ ପରେ ଆସିଛି।

Mamata Banerjee

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସୀମା ସୁରକ୍ଷା ବଳ ବଙ୍ଗଳାର ବିଭିନ୍ନ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଅନୁମତି ଦେଉଛି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରୁଛି। ତ୍ରୁଣମୂଳ କଂଗ୍ରେସ (ଟିଏମସି) ସୀମା ସୁରକ୍ଷା କରେ ନାହିଁ। ସୀମା ସୁରକ୍ଷା ଟିଏମସି ହାତରେ ନାହିଁ। ଯଦି କେହି ଟିଏମସିକୁ ଅନୁପ୍ରବେଶ ପାଇଁ ଦାୟୀ କରନ୍ତି, ତେବେ ମୁଁ ତାଙ୍କୁ କହିବି ଯେ ଏହା ବିଏସଏଫର ଦାୟିତ୍ୱ ଅଟେ।

ମମତା ବାନାର୍ଜୀ ଆହୁରି କହିଛନ୍ତି, ବିଏସଏଫ କେଉଁଠାରୁ ଅନୁପ୍ରବେଶ କରିବାକୁ ଅନୁମତି ଦେଉଛି ସେହି ଅଞ୍ଚଳର ଯାଞ୍ଚ ଏବଂ ଚିହ୍ନଟ କରିବା ପାଇଁ ପୋଲିସ ମହାନିର୍ଦେଶକ (ଡିଜିପି) କୁ ନିର୍ଦ୍ଦେଶ ଦିଆଯିବ। ଏହି ବିଷୟରେ ପୋଲିସ ଏବଂ କେନ୍ଦ୍ରର ସମସ୍ତ ସୂଚନା ରହିଛି। ଏ ସମ୍ପର୍କରେ ମୁଁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିବି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+