ହଟିଲା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଜେଡ୍ ସୁରକ୍ଷା
ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳିଥିଲା, ଯେଉଁଥିରେ ସିଆରପିଏଫ କମାଣ୍ଡୋ ତାଙ୍କୁ ସୁରକ୍ଷା ଦେବେ ବୋଲି ଜଣାଯାଇଥିଲା।
ଏବେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କୁ ଦିଆଯାଇଥିବା ଜେଡ୍ ବର୍ଗର ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ତାଙ୍କ ସୁରକ୍ଷା ଦାୟିତ୍ୱ ପୁଣିଥରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି। ଅଗଷ୍ଟ ୨୦ରେ ସିବିଲ୍ ଲାଇନ୍ସ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ହତ୍ୟା ଷଡ଼ଯନ୍ତ୍ର ଆଧାରରେ ରେଖା ଗୁପ୍ତାଙ୍କୁ କେନ୍ଦ୍ର ପକ୍ଷରୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଥିଲା ।

କିନ୍ତୁ ଏଥିପାଇଁ କେନ୍ଦ୍ର ଦ୍ୱାରା କୌଣସି ଔପଚାରିକ ନୋଟିସ୍ ଜାରି କରାଯାଇନଥିଲା । ଫଳରେ ଜେଡ୍ ସୁରକ୍ଷାକୁ ହଟାଇ ଦିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ମାମଲାରେ ଦିଲ୍ଲୀ ପୋଲିସ ଏଯାବତ୍ ଦୁଇ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଗୁଜରାଟ ରାଜକୋଟର ରାଜେଶ ଭାଇ ଖିମଜୀ ଅଟେ ।












Click it and Unblock the Notifications