ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ, ପରିବାରକୁ ବିକଳ୍ପ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର କେତେ ଗୁଡିଏ ସ୍ଥାନର ପ୍ରସ୍ତାବ ଦେଇଛନ୍ତି । ମନମୋହନ ସିଂହଙ୍କ ପରିବାରକୁ ମଧ୍ୟ ଏଥିପାଇଁ କିଛି ବିକଳ୍ପ ଦିଆଯାଇଛି । ସ୍ମାରକୀ ନିର୍ମାଣ ପାଇଁ ପରିବାର ସମସ୍ତ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା ପାଇଁ କୁହାଯାଇଛି। ତେବେ ଏଥିପାଇଁ ପ୍ରଥମେ ଟ୍ରଷ୍ଟ ଗଠନ କରିବା ଜରୁରି ବୋଲି ଜାଣିବାକୁ ମିଳିଛି ।
ସରକାରୀ ସୂତ୍ର ଅନୁସାରେ ପରିବାର ତରଫରୁ ସ୍ମାରକ ସ୍ଥାନ ଚୟନ କରିବା ପରେ ଟ୍ରଷ୍ଟ କରିବାର ପ୍ରକ୍ରିୟାକୁ ପୂରା କରାଯିବ । ଏହି ଟ୍ରଷ୍ଟ ସ୍ମାରକ ନିର୍ମାଣର ଯୋଜନା ଏବଂ ଏହାପରେ ସବୁ ଗତି ବିଧିକୁ ଦେଖାରଖା କରିବ । ପରିବାର ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଖାସ୍ ସ୍ଥାନକୁ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ଏହି ସମାଧି ସ୍ଥାନ ପାଇଁ ଟ୍ରଷ୍ଟ ଆବେଦନ କରିବ | ଜମି ଆବଣ୍ଟନ ପରେ, CPWD ସହିତ ଏମଓୟୁ ସ୍ୱାକ୍ଷରିତ ହେବ | ଏହା ପରେ ହିଁ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ |

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୨୬ ଡିସେମ୍ବର ୨୦୨୪ରେ ଦେହାନ୍ତ ହୋଇଥିଲା। ଏହା ପରେ କଂଗ୍ରେସ ତାଙ୍କ ସମାଧି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲା। ସୂଚନାନୁସାରେ, ରାଜଘାଟ, ଜାତୀୟ ମେମୋରିଆଲ କିମ୍ବା କିସାନ ଘାଟ ନିକଟରେ ମନମୋହନ ସିଂଙ୍କ ସ୍ମାରକ ପାଇଁ ଏକରୁ ଦେଢ଼ ଏକର ଜମି ଦିଆଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୨୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ହୋଇଥିଲା । ଡିସେମ୍ୱର ୨୮ରେ ଦିଲ୍ଲୀର ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହୋଇଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗରେ ଯେଉଁଠାରେ ସ୍ମାରକୀ ନିର୍ମାଣ ହୋଇପାରିବ, ସେଠାରେ ଅନ୍ତିମ ସଂସ୍କାର କରିବା ପାଇଁ ଦାବି କରିଥିଲେ । ଯାହାକୁ ନେଇ ଶାସକ ଏବଂ ବିରୋଧୀ ପକ୍ଷରୁ ବୟାନବାଜି ମଧ୍ୟ ଆରମ୍ଭ ହୋଇଥିଲା ।












Click it and Unblock the Notifications